ଭୁବନେଶ୍ୱର ,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ମନ୍ଦୋଦରୀ.୨୪ ଏପ୍ରିଲ, ଶୁକ୍ରବାର :- ରାବଣଙ୍କ ପତ୍ନୀ ମନ୍ଦୋଦରୀ ବିଗତ ଜନ୍ମରେ ଏକ ଅପ୍ସରା ଥିଲେ। ପୌରାଣିକ କଥା ଅନୁସାରେ, ଥରେ ମଧୁରା ନାମ ଏକ ସୁନ୍ଦର ଅପ୍ସରା, ଦେବୀ ପାର୍ବତୀଙ୍କ ଅନୁପସ୍ଥିତିରେ କୈଲାଶ ପର୍ବତରେ ପହଞ୍ଚିଲା ଓ ସେଠାକୁ ଯାଇ ନିଜର ରୂପ ଓ କଳା ଦ୍ଵାରା ଭଗବାନ ଶିବଙ୍କୁ ଆକର୍ଷିତ କରିବାର ପ୍ରୟାସ କରିବାରେ ଲାଗିଲା। କିନ୍ତୁ ସେତେବେଳେ ଦେବୀ ପାର୍ବତୀ ସେଠାରେ ପହଞ୍ଚିଗଲେ ଓ ତାହାର ହରକତ କୁ ଦେଖି ସେହି ଅପ୍ସରାକୁ ଅଭିଶାପ ଦେଲେ ଯେ ସେ 12ବର୍ଷ ପର୍ଯ୍ୟନ୍ତ ବେଙ୍ଗ ରୂପରେ କୂଅରେ ରହିବ ପରନ୍ତୁ ପରେ ଭଗବାନ ଶିବଙ୍କ ଆଗ୍ରହରେ ମାତା ପାର୍ବତୀ ନିଜ ଅଭିଶାପରୁ ରକ୍ଷା ପାଇବାର ବାଟ ବଟେଇଦେଲେ ଓ କହିଲେ ଯେ, କଠୋର ତପ ପରେ ହିଁ ମଧୁରା ନିଜର ପ୍ରକୃତ ରୂପ କୁ ପ୍ରତ୍ୟାବର୍ତ୍ତନ କରିପାରିବ ମାତା ପାର୍ବତୀଙ୍କ ଅଭିଶାପ ଦ୍ଵାରା ମଧୁରା ବେଙ୍ଗ ହୋଇଗଲା ଓ ତାଙ୍କର କହିବା ମୁତବକ ସେ ଶାପମୁକ୍ତି ନିମନ୍ତେ କଠୋର ତପସ୍ୟା କରିବାରେ ଲାଗିଲା… ଏହାର ଅନେକ ବର୍ଷ ବିତିବା ପରେ ଯେବେ ଅସୁରଙ୍କ ଦେବତା, ମୟାସୁର ଓ ତାଙ୍କର ଅପ୍ସରା ପତ୍ନୀ ହେମା ନାମକ ଏକ କନ୍ୟାର କାମନାରେ ତପସ୍ୟା କଲେ ତ ଏଥିମଧ୍ୟରେ ମଧୁରା ମଧ୍ୟ ନିଜର କଠୋର ତପସ୍ୟା ଦ୍ଵାରା ଶାପମୁକ୍ତ ହୋଇଗଲା । ଶାପମୁକ୍ତ ହୋଇ ମଧୁରା କୂଅ ରୁ ବାହାରିଲା ମୟାସୁର-ହେମା ଙ୍କୁ ନିଜର ତପସ୍ୟା ସାକାର ହେବା ନଜର ଆସିଲା ଓ ସେମାନେ ସେହି କ୍ଷଣ ମଧୁରାକୁ କନ୍ୟା ରୂପରେ ଗ୍ରହଣ କରିନେଲେ । ଏହାପରେ ମୟାସୁର ନିଜର ଗ୍ରହଣ କରାଯାଇଥିବା କନ୍ୟାର ନାମ ମନ୍ଦୋଦରୀ ରଖିଥିଲା । ପୌରାଣିକ ମାନ୍ୟତା ଏହା ଯେ ଥରେ ଯେବେ ରାବଣ, ମୟାସୁର ସହିତ ସାକ୍ଷାତ କରିବାକୁ ଯାଇଥିଲା ତ ସେଠାରେ ତାଙ୍କର ସୁନ୍ଦର କନ୍ୟାକୁ ଦେଖି ମୋହିତ ହୋଇଗଲା ଓ ସେ ମନ୍ଦୋଦରୀଙ୍କୁ ବିବାହ କରିବାର ଇଚ୍ଛା ଜାହିର କଲା, କିନ୍ତୁ ମୟାସୁର ଏହି ପ୍ରସ୍ତାବକୁ ଅସ୍ଵୀକାର କରିଦେଲେ। କିନ୍ତୁ ସେଠାରେ ମନ୍ଦୋଦରୀ ଜାଣିଥିଲେ ଯେ ରାବଣ ଅହଙ୍କାରୀ ପ୍ରବୃତ୍ତି ସହିତ ବହୁତ ଶକ୍ତିଶାଳୀ ମଧ୍ୟ ଅଟେ, ଏଥିପାଇଁ ସେ ତାହାର ଭୟରେ ନିଜର ପିତାଙ୍କ ସୁରକ୍ଷା ନିମନ୍ତେ ତାହା ସହିତ ବିବାହ କରିବା ନିମନ୍ତେ ପ୍ରସ୍ତୁତ ହୋଇଗଲେ। ଏହି ବିବାହ ଦ୍ଵାରା ରାବଣ ଓ ମନ୍ଦୋଦରୀଙ୍କର ତିନି ପୁତ୍ର ହେଲେ, ଅକ୍ଷୟ କୁମାର, ମେଘନାଦ ଓ ଅତିକାୟ ଏବଂ ମନ୍ଦୋଦରୀ ଏକ ପତିବ୍ରତା ନାରୀ ଥିଲେ
ମନ୍ଦୋଦରୀ, ପାର୍ବତୀଙ୍କ ଅଭିଶାପ କାରଣରୁ 12ବର୍ଷ ପର୍ଯ୍ୟନ୍ତ ବନିଥିଲେ ବେଙ୍ଗ

- Categories: Uncategorized, ଓଡ଼ିଶା, ମନୋରଞ୍ଜନ, ହୋମ୍
Related Content
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
by
Proprietor Abhimanyu Maharana
June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ
by
Proprietor Abhimanyu Maharana
June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା
by
Proprietor Abhimanyu Maharana
June 19, 2026
Baleshwar Leads Odisha’s Energy Transition with Over 10,000 Rooftop Solar Installations
by
Proprietor Abhimanyu Maharana
June 19, 2026
ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ
by
Proprietor Abhimanyu Maharana
June 18, 2026