ରେଖପୁର ନନ୍ଦଘର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ଗ୍ରାମ ପଞ୍ଚାୟତର ରେଖପୁର ଗ୍ରାମ ନନ୍ଦଘର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି | ନର୍ଲା ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ବାସନ୍ତି ହରିଜନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଙ୍ଗନୱାଡ଼ି କର୍ମୀ ଦେବକୀ କୁମାର,ଶିବଶକ୍ତି ମହିଳା କମିଟି ସଭାପତି ଶିବାନୀ ସାଗର ପ୍ରମୁଖ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ବେଦାନ୍ତ ଏଚ୍‌ଏଲ୍‌ପିପିଟି ନନ୍ଦଘର କ୍ଲଷ୍ଟର କୋଡ଼ିନେଟର୍‌ ଅରୁଣ କୁମାର ପ୍ରଧାନୀ କାର୍ଯକ୍ରମର ପରିଚାଳନା କରିଥିଲେ।

ଗାନ୍ଧୀଙ୍କ ଆଦର୍ଶ ଓ ନିତୀ ଅନୁସରଣ ଉପରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ପରେ ନନ୍ଦଘର ସମ୍ମୁଖରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସଫେଇ କରାଯାଇଥିଲା। ଏଥିରେ କିଶୋରୀ ବାଳିକା ସଂଘର ଦିବ୍ୟଜ୍ୟୋତି ବାଗ,ତୃପ୍ତି ବାଗ,ଭାଗ୍ୟଶ୍ରୀ ବାଗ,ନିକିତା ଦୀପ,ନିରୁପମା ଦୀପ,ରୋଜୀ ଦୀପ,ଦିପିକା ଦୀପ ସହଯୋଗ କରିଥିଲେ। ସହାୟିକା ସେବତୀ ନାଏକ,ସଂଯୁକ୍ତା ଦୀପ,ବାଲ ଦୀପ,ଜୟନ୍ତୀ ବାଗ,ଇନ୍ଦୁ ବାଗ ,ଅନୁପ ହରିପାଲ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦେବକୀ କୁମାର ଧନ୍ୟବାଦ ଦେଇଥିଲେ।              (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version