ହିଞ୍ଜିଳିକାଟୁ ,ରିପୋର୍ଟ ଶେଷଦେବ ସାହୁ (ଓଡିଶା ତାଜା ନିଉଜ ) ସହାୟତା ପ୍ରଦାନ ,୨୪ ଏପ୍ରିଲ, ଶୁକ୍ରବାର :- ହିଞ୍ଜିଳିକାଟୁ ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ ଜାରୀ ରଖିବା ସହ ଜନସାଧାରଣଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଏଭଳି ପରିସ୍ଥିତିରେ ବହୁ ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଂଘ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଓ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪ ଲକ୍ଷ ୬୨ ହଜାର ୨୫୨ ଟଙ୍କାର ଏକ ଚେକ୍ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇପିଲି ଋଷିୟା, ଶିକ୍ଷକ କଲ୍ୟାଣ ସମିତି ସଭାପତି ପୁର୍ଣ୍ଣଚନ୍ଦ୍ର ମହାରଣା, ଏବିଇଓ ବିଶ୍ୱନାଥ ମହାରଣା, ଶିକ୍ଷୟତ୍ରୀ ଡ଼ି.ଗୌରୀ, ଜୟକୃଷ୍ଣ ଦାଶ, ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କଲେ ପ୍ରାଥମିକ ଶିକ୍ଷକ ସଂଘ – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
by
Proprietor Abhimanyu Maharana
September 14, 2026
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
by
Proprietor Abhimanyu Maharana
September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର
by
Proprietor Abhimanyu Maharana
September 13, 2026