ନୂଆଗାଁ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୩ କ୍ଳଷ୍ଟର୍ ରେ ଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା ରେ ମଧ୍ୟ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସିଆର୍ ସିସି ନରେନ୍ଦ୍ର କୁମାର ବେହେରା ଓ ପ୍ରଧାନ ଶିକ୍ଷକ ସଂଜୟ କୁମାର ମଣ୍ଡଳ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଜୀବନରେ ଗାନ୍ଧି ଓ ଶାସ୍ତ୍ରୀଙ୍କ ଆଦର୍ଶ ନିଜ କର୍ମସ୍ଥଳ ତଥା ବ୍ୟକ୍ତିଗତ ଜୀବନରେ ପ୍ରୟୋଗ କରିବା ପାଇଂ ଆଲୋକପାତ କରିଥିଲେ ।ଉକ୍ତ ଅବସରରେ ବିଦ୍ୟାଳୟ ର ସଫେଇ କାର୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଶିକ୍ଷାର୍ଥୀ ମାନଙ୍କ ଘର କୁ ଯାଇ ନାସ୍ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ରେ ଶିକ୍ଷାର୍ଥୀ ଓ ଅଭିଭାବକ ଙ୍କ ସହ ଆଲୋଚନା କରିଥିଲେ ।

Exit mobile version