ମହିଳାମାନଙ୍କୁ ଆତ୍ମ ସ୍ୱାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ପ୍ରୋତ୍ସାହନ – ସିବଶକ୍ତି ମହିଳା ମହାସଂଘ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଭୁବନେଶ୍ୱର :-  ମହିଳାମାନଙ୍କୁ ଆତ୍ମ ସ୍ୱାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ପ୍ରୋତ୍ସାହନ ରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୫୪ ନଂ ୱାର୍ଡ ରେ ଶିବଶକ୍ତି ମହିଳା ମହାସଂଘ ପକ୍ଷରୁ ଏକ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରିଛନ୍ତି । ଏହି ଉଦ୍ୟୋଗଟିକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି ।

ଏଥିରେ ପେପର ପ୍ଲେଟ, ତେଲ ପେଡ଼ା ,ଅଟା, ବେସନ ଯନ୍ତ୍ରରେ ସଙ୍ଘର କର୍ମକର୍ତ୍ତା ମାନେ ପ୍ରସ୍ତୁତ ସାମଗ୍ରୀ ବଜାରରେ ବିକ୍ରି କରି ଆତ୍ମସ୍ୱାବଲମ୍ବି ହେବେ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମା ମାନଙ୍କର କିପରି ଭାବରେ ଆହୁରି ବିକାଶ ଘଟିବ ସେଥିଲାଗି ମିଶନ ଶକ୍ତିକୁ ଏକ ସ୍ଵତନ୍ତ୍ର ବିଭାଗ ଗଠନ କରିଛନ୍ତି ।

କାର୍ଯ୍ୟକ୍ରମରେ ତେଜସ୍ୱିନି ର ସଭାପତି ମାହାମାୟା ସ୍ୱାଇଁ ସମ୍ପାଦିକା ସଂଜୁକ୍ତା ଭୁତିୟା ତେଜସ୍ୱୀନି ର କାର୍ଯ୍ୟନିର୍ବାହୀ କର୍ମକର୍ତ୍ତା ସହିତ ଶିବସକ୍ତି ମହିଳା ମହାସଂଘ ର ସଭାପତି ସ୍ୱର୍ଣପ୍ରଭା ମହାସୁଆର, ସମ୍ପାଦିକା ବିଣାପାଣି ସତପଥି ଏବଂ ସମାଜସେବୀ ଦାଶରଥି ଗରାବଡୁ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version