ଓଡ଼ିଶା ଆନ୍ଧ୍ର ସୀମାନ୍ତ ବର୍ତ୍ତି ଗଙ୍ଗାବାଡ ପଞ୍ଚାୟତ ରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଓଡ଼ିଶା– ଆନ୍ଧ୍ର ସୀମାନ୍ତ ବର୍ତ୍ତିି ଗଙ୍ଗାବାଡ଼ ପଞ୍ଚାୟତରେଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି l ଗାଙ୍ଗାବାଡ ପଞ୍ଚାୟତରେ ୧ କୋଟି ୭୧ ଲକ୍ଷ ଟଙ୍କାରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଚାଲୁ ଅଛି।୧୭ ଲକ୍ଷ ଟଙ୍କା ଅଟକଳରେ ଗଙ୍ଗାବାଡ଼ ଏବଂ ମାଣିକ ପାଟଣା ଗ୍ରାମରେ ପ୍ରତ୍ୟେକ ଗୃହକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଗଙ୍ଗାବାଡ଼, ମାଣିକ ପାଟଣା ଓ ଚମ୍ପାପୁର ଗ୍ରାମରେ ଆଠ ଲକ୍ଷ ଟଙ୍କା ବ୍ୟୟ ରେ ପାଞ୍ଚ ଗୋଟି ଜାଗାରେ ସୋଲାର ଲାଇଟର ବ୍ୟବସ୍ଥା କରା ଯାଉଛି।କଇଁ ପୁର ପଞ୍ଚାୟତ ରୁ ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଚମ୍ପାପୁର ଠାରୁ ଗଙ୍ଗା ବାଡ଼ ପର୍ଯ୍ୟନ୍ତ ୨.୫କିଲୋମିଟର ଗ୍ରାମ୍ୟ ସଡକର ନିର୍ମାଣ କାର୍ଯ୍ୟ ଚାଲୁଅଛି । ଗଙ୍ଗାବାଡ଼ ଓ ଚମ୍ପାପୁର ଗ୍ରାମରେ ୧୦୦ ପରିବାରକୁ ଜୀବିକା ଅର୍ଜନ ନିମନ୍ତେ ଓ ଏଲ୍ ଏମ୍ ତରଫରୁ କୁକୁଡ଼ା ଶାବକ ବଣ୍ଟନ କରାଯାଇଛି । ଚମ୍ପା ପୁର ଠାରେ ଚିହ୍ନିତ ହୋଇ ଥିବା ତିନିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ବ୍ୟବସାୟ ନିମନ୍ତେ ରଙ୍ଗୀନ ମାଛ ଉତ୍ପାଦନ ପାଇଁ ଆବଶ୍ୟକ ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମାଣିକପାଟଣା ଗ୍ରାମରେ ଛେଳି ଚାଷ କରୁଥିବା ୩୦ ଗୋଟି ପରିବାରକୁ ଚିହ୍ନଟ କରି ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂ ଓ ଏଲ ଏମ୍ ର ସହଯୋଗରେ ଛେଳିଙ୍କ ପାଇଁ ଟୀକା କରଣ ଓ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି ।

ପାଚେଡ଼ି ଗ୍ରାମରେ ଜହ୍ନ । ଉତ୍ପାଦନ କରୁ ଥିବା ଚାଳିଶିରୁ ଉର୍ଦ୍ଧ୍ବ ପରିବାରକୁ ଜୀବିକା ମିଶନ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ମାଣିକ ପାଟଣା ଗ୍ରାମରେ କାଜୁ ଉତ୍ପାଦନ ପରିବାର କୁ ଗଙ୍ଗବାଡ଼ ଗ୍ରାମରେ ତେନ୍ତୁଳି ଉତ୍ପାଦନ ପରିବାରକୁ ଚିହ୍ନଟ କରି ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି।ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ତରଫରୁ ଖମ୍ବ ଗାଁ, ଚମ୍ପା ପୁର ଏବଂ ମାଣିକ ପାଟଣା ଗ୍ରାମର ୧୦୦ ଗୋଟି ପରିବାର କୁ ଚିହ୍ନଟ କରି ମିଶନ ଜୀବିକା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

Exit mobile version