ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଛତିଆ :- ରାଜ୍ୟ ବିଜେପି ସମ୍ପାଦକ ଶ୍ରୀଯୁକ୍ତ ଅମର ନାୟକ ନେତୃତ୍ୱରେ ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନନୀୟ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କୁ ବଡ଼ଚଣା ନିର୍ବାଚନମଣ୍ଡଳୀର ଛତିଆ ବଟ ବାଇପାସ ଛକ ଏବଂ ଛତିଆ ଚଟିଘର ଛକ ନିକଟରେ ଦୁଇଟି ପୋଲ ନିର୍ମାଣ ପାଇଁ ଦିଆଯାଇଥିବା ଦାବିପତ୍ର ଉପରେ ପଦକ୍ଷେପ ନେବା ପାଇଁ NHAI କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ |
ସେହି ପ୍ରକ୍ରିୟାରେ ଆଜି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶୀର୍ଷ ଅଧିକାରୀ P. K SINGH ( ପ୍ରୋଜେକ୍ଟ ଡାଇରେକ୍ଟର ) , PANKAJ SINGHAL( ଡେପୁଟି ମ୍ୟାନେଜର ) CHITTA RANJAN PATTANAYAK (independent consultant ) ଏବଂ ଅନ୍ୟ ମୁଖ୍ୟ ଅଧିକାରୀମାନେ #କ୍ଷେତ୍ର #ପରିଦର୍ଶନରେ ଆସିଥିଲେ | ଏହି ସମୟରେ ଭାରତୀୟ ଜନତା ପାର୍ଟି ର ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଶ୍ରୀଯୁକ୍ତ #ଅମର_ନାୟକ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏହି ଦୁଇଟି ପୋଲର ଆବଶ୍ୟକତା ସମ୍ପର୍କରେ NHAI କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ |
ଏହି ଅବସରରେ ବଡ଼ଚଣା ଛକ ଉପରେ ନିର୍ମାଣଧୀନ ପୋଲର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ଏବଂ ଏହାର ସଂଲଗ୍ନ ସର୍ଭିସ ରୋଡ଼ର ନବୀକରଣ ସମ୍ପର୍କରେ ଆଲୋଚନା କରିବା ସହ ଜାତୀୟ ରାଜପଥରେ କିଛି ସ୍ଥାନରେ ଥିବା ଛକ ଉପରେ ସର୍ଭିସ ରୋଡ଼ ର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ | (ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି ଛତିଆ )
