କଟକ, ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ, (ଓଡିଶା ତାଜା ନିଉଜ ) ୨୪ ଏପ୍ରିଲ, ଶୁକ୍ରବାର :- ନିଶ୍ଚିନ୍ତକୋଇଲି ଆବେ ତୁ ଗୋଟା ସାମାନ୍ୟ ଡାକ୍ତରାଣି ହେଇ କଣ କହୁଚୁ, ମୁଁ ବର୍ତମାନ କରୋନା ପାଇଁ ଜିଲ୍ଲାପାଳ ହେଇଚି ତୁ କଣ ଜାଣିନୁ ମୋ ପାୱାର କେତେ, ତୋ ଚାକିରୀ ଗୋଲ ବୁଲେଇଦେବି , ମୁଁ ନଗସପୁର ସରପଞ୍ଚ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୂୟାଁ, ଏମିତି ଅନେକ କଟୁ କଥା ନଗସପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରାଣୀ କୁ କହି ଗିରଫ ହେବା ସହ ସରପଞ୍ଚ ଜଣକ କୋର୍ଟ ଚାଲାଣ ହେଇଛନ୍ତି, ଓଡ଼ିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ ର କ୍ଷମତା ଦେବା ପରେ ଇଏ ହଉଚି ପ୍ରଥମ ଘଟଣା, । ତେଣୁ ସରପଞ୍ଚ ଜିଲ୍ଲାପାଳ ହେଇ ତାଙ୍କ ଦାଦାଗିରି ଦେଖେଇ ଦେଲେ, ଜାଣି ନଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଡାକ୍ତର ମାନଙ୍କୁ ହାତ ମାରିଲେ ସାତବର୍ଷ ଜେଲ ଜୋରିମାନା, ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ କୈାଣସି ବ୍ୟକ୍ତି ଯଦି କର୍ତ୍ତବ୍ୟରତ ଡାକ୍ତର ଙ୍କୁ ର୍ଦୁବ୍ୟବହାର କରେ ତେବେ ଏହାକୁ ଗୁରୁତର ସହ ବିଚାର କରି ସ ଏନ୍ ଏସ ଏ ତଥା ନ୍ୟାସନାଲ ସିକୁରିଟ୍ ଆକ୍ଟ ମାମଲା ରେ ମକଦ୍ଦମା ହବ, ହେଲେ ମୂଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାମା ର ୨୪ ଘଣ୍ଟା ନ ପୁରୁଣୁ ରୁ ସରକାରୀ ଡାକ୍ତରାଣୀ ଙ୍କୁ ଅଶାଳୀନ ଗାଳିଗୁଲଜ ଓ ର୍ଦୁବ୍ୟବହାର । ନଗସପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରାଣୀ ଙ୍କ ଲିଖିତ ଏତଲା ପରେ ନେମାଳ ଥାନା ପୋଲିସ ନଗସପୁର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କର୍ତ୍ତବ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ ସରପଞ୍ଚ ଙ୍କ ଦୁର୍ବ୍ୟବହାର ଅଭିଯୋଗ, ଜେଲ ଗଲେ ନଗସପୁର ସରପଞ୍ଚ

- Categories: Uncategorized, ଅପରାଧ, ଓଡ଼ିଶା, ରାଜନୀତି, ହୋମ୍
Related Content
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’
by
Proprietor Abhimanyu Maharana
July 23, 2026
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ
by
Proprietor Abhimanyu Maharana
July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାବୁ ସିଂହ
by
Proprietor Abhimanyu Maharana
July 23, 2026
Eastern Regional Police Coordination Committee (ERPCC) Meeting–2026
by
Proprietor Abhimanyu Maharana
July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା
by
Proprietor Abhimanyu Maharana
July 23, 2026
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
by
Proprietor Abhimanyu Maharana
July 23, 2026