ଜାତି‌‌ର ପିତା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତିରେ ରଣପୁର ବଡଦାଣ୍ଡରୁ ଦେଶୀ ଓ ବିଦେଶୀ ମଦଦୋକାନ ସ୍ଥାନାନ୍ତର ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାରରଣପୁର /ରିପୋର୍ଟ ଅଭିମନ୍ୟୁ :- ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବଶାଖା, ନୟାଗଡ଼ ଜିଲ୍ଲା, ଯୁବକଂଗ୍ରେସ ଓ ପ୍ରଦେଶ ଛାତ୍ରାକଂଗ୍ରେସର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୯ଘଣ୍ଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ରଘୁଦିବାକର ସ୍ମୃତି ମଣ୍ଡପଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲଲବହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ, ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ, ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ସତ୍ୟବ୍ରତ ନାୟକ ତାଙ୍କ ବକ୍ତବ୍ୟରେ ଯୁବ ଓ ଛାତ୍ର ସମାଜକୁ ଆହ୍ବାନ ଦେଇ କହିଥିଲେ,ପୂଜ୍ୟ ବାପୁଜୀ ଓ ଲଲବହାଦୂର ଶାସ୍ତ୍ରୀଙ୍କ ସତ୍ୟ,ଅହିଂସା ଓ ଶାନ୍ତିର ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଢିବାରେ ଆମେ ପ୍ରତିବଦ୍ଧତା ହେବା । ଆମେ ରଣପୁର ବାସୀ ଆଜି ସଂକଳ୍ପ ନେବା ମଦମୁକ୍ତ ଓ ନିଶାମୁକ୍ତ ରଣପୁର ଗଠନରେ ଆମେ ସାରଥୀ ହେବା । ରଣପୁର ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର । ଏହାର ଐତିହ୍ୟ ଓ ସଂସ୍କୃତି ଭାରତ ବର୍ଷରେ ଆଦୃତ । ରଣପୁର ଦାଣ୍ଡରେ ଦେଶୀ ଓ ବିଦେଶୀ ମଦଦୋକାନ ତୁରନ୍ତ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରଣପୁର ବାରଆସୋସିଏସନର ସମ୍ପାଦକ ସତ୍ୟରଞ୍ଜନ ମତ୍ତା, ନୟାଗଡ଼ ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ମୀର ଆବୁବକର ସିଦ୍ଧିକ,ଜିଲା କିଷାନ ସଭାପତି ଧ୍ରୁବଚରଣ ପରିଡା,ଶତ୍ରୁଘନ ପାଇକରା, ବିଭୂତି ଜେନା,ପ୍ରଭାତ ମହାନ୍ତି,ଅଜୟ ମହାନ୍ତି, ବାଳକୃଷ୍ଣ ଷଡ଼ଙ୍ଗୀ,ବାଦଲ ପ୍ରଧାନ, କୁଳ କାଣ୍ଡି,ଦେଵଦତ୍ତ ବେହେରା,ସଞ୍ଜୟ ମହାନ୍ତି,ଦିତିକୃଷ୍ଣ ସାମନ୍ତରାୟ, ଅନିଲ ପରିଡା,ସନ୍ଦୀପ ଦଳାଇ, କୃଷ୍ଣ ସେଠି ସମେତ ଶତାଧିକ ଯୁବ ଛାତ୍ର ଯୋଗଦାନ କରିଥିଲେ ।
 

Exit mobile version