ଜଟଣୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଖୋର୍ଦ୍ଧା-ଜଟଣୀ :- ଆଜି ହେଉଛି ମହାନ ଜନ ନାୟକ ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ(ମହାତ୍ମା ଗାନ୍ଧୀ)ଙ୍କ ୧୫୨ତମ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧ତମ ଜନ୍ମ ଦିବସ । ଏହି ଅବସରରେ ଜଟଣୀର ଅଗ୍ରଣୀ ସ୍ବେସ୍ଛାସେବୀ ସଙ୍ଗଠନ “ଜଟଣୀ ୟୁଥ ଫେଡରେଶନ” ପକ୍ଷରୁ ସଙ୍ଗଠନର ସମ୍ପାଦକ ଅନନ୍ତ ଶତପଥି,

ଉପସଭାପତି ରବି ମହାକୁଡ଼, କୋଷାଧ୍ୟକ୍ଷ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଶତାଧିକ ସ୍ବେସ୍ଛାସେବୀ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ଗାନ୍ଧୀପାର୍କ ସ୍ଥିତ ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ଲୟର୍ସ ଆସୋସିଏସନର ସଭାପତି ସୁଶୀଲ କୁମାର ମହାନ୍ତି, ପୂର୍ବତନ କାଉନସିଲର ସୁଶାନ୍ତ ପାଲଟାସିଂ,ବରିଷ୍ଠ ଆଇନଜୀବୀ ଦୀପକ ମହାକୁଡ଼, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ଛୋଟରାୟ, ଶିବ କୁମାର ଝୁନଝୁନ ୱାଲା,ଚିତନ ଦଳାଇ ଏବଂ ବରିଷ୍ଠ ସାମ୍ବାଦିକ ଇଫତେଖାର ଅଲ୍ଲୀ(ବାବୁଲି)ପ୍ରମୁଖ ଯୋଗ ଦେଇଥିଲେ। (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ)

Exit mobile version