
ବିଜେଡି ରେ ଯୋଗ ଦେଲେ ବିଜେପି ଓ କଂଗ୍ରେସ ର ଦୁଇ ଟାଣୁଆ ନେତା ; ନେତା ଙ୍କୁ ସ୍ୱାଗତ କଲେ ବିଜେଡି ବିଧାୟକ – ସତ୍ୟ ନାରାୟଣ ପ୍ରଧାନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ରଣପୁର /ରିପୋର୍ଟ ଅଭିମନ୍ୟୁ :- ଚଳିତ ବର୍ଷ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତି ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଜନ ସଚେତନ କାର୍ଯ୍ୟକ୍ରମ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ତାଙ୍କର ଆହ୍ବାନ କୁ ଫଳବର୍ତ୍ତି କରିବା ପାଇଁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଅକ୍ଟୋବର ୨ ତାରିଖ ରେ ରଣପୁରନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି
ପଞ୍ଚୁଦୋଳ ପଡିଆ ନିକଟସ୍ଥ ସହିଦ୍ ମଣ୍ଡପ ଠାରେ ପହଞ୍ଚି ବିଜୁ ଜନତା ଦଳର ପ୍ରମୁଖ ନେତୃତ୍ୱ ନେଇ କର୍ମୀ ମାନଙ୍କ ଗହଣ ରେ ମହାତ୍ମା ଗାନ୍ଧୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ଅବସରରେ ବନ୍ଧମୁଣ୍ଡା ର ପୂର୍ବତନ ସମିତିସଭ୍ୟ ମୁନା ପାଟ୍ଟଶାଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଜେଡ଼ିରେ ନୂତନ ଭାବେ ଯୋଗ ଦେଇଥିବା ବିଜେପି କର୍ମୀ ଙ୍କୁ ବିଧାୟକ ସ୍ଵାଗତ କରିଥିଲେ । ତତପରେ ବିଧାୟକ ରଣପୁର ଚିକିତ୍ସାଳୟ କୁ ଯାଇ ସେଠାରେ ରୋଗୀ ମାନଙ୍କୁ ଫଳ ବାଣ୍ଟିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ଏହାପରେ ଚିକିତ୍ସାଳୟ ପରିସରରୁ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମ ର ପ୍ରାରମ୍ଭ କରିବା ସହ ଏକ କିମି ଦୂରତା ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚି ବିଧାୟକ ଝାଡୁ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କରି ନିଜ ଦଳ ପ୍ରମୁଖ ଙ୍କ ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା ।
ଏବଂ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ଙ୍କ ଠାରେ ପହଞ୍ଚି ବୃକ୍ଷ ରୋପଣ କରିବା ସହ କଂଗ୍ରେସ କର୍ମୀ ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପରିଡା ଙ୍କ ବିଜେଡିରେ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ରଣପୁରର ପୁର୍ବତନ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ନଗର ସଭାପତି ସ୍ବରାଜ ମହାନ୍ତି , ଯୁବ ନେତା ମାଧବ ପ୍ରଧାନ, ଲକ୍ଷ୍ମୀଧର ବାରିକ ,
ଲିଙ୍ଗରାଜ ନାୟକ ଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ । ତେବେ ଏହି ଭଳି ମାସେ ପର୍ଯ୍ୟନ୍ତ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଘୋଷଣା କରିଥିଲେ ।
