ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନ୍ଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ପାଣି ପଂଚାୟତର ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର ।
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଓଡିଶା ଉଠାଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ ଓ.ଏଲ୍.ଆଇ.ସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ନିଗମର ପ୍ରତିଷ୍ଠା ଦିବସରେ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନ୍ଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ କରାଯାଇଛି ଏବଂ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ପାଣି ପଂଚାୟତ ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ଓ.ଏଲ୍.ଆଇ.ସି ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ।
