ତିନି ଦିନିଆ ଛତୁ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ଆଜି ଉଦ୍ୟାନ ବିଭାଗ ଓ ମିଶନ ଶକ୍ତିର ସହଯୋଗରେ ଅନୁଷ୍ଠିତ ହେଉଥିବା ୩ଦିନିଆ ଛତୁ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଜଣ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀ ତାଲିମ୍ ପ୍ରଦାନ କରିଥିଲେ । ବାଙ୍କୀ ଓ ଡମପଡ଼ା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀମାନେ ତାଲିମ୍ ନେବା ସହ କିପରି ଛତୁ ଚାଷ କରିବେ ସେ ପ୍ରଣାଳୀ ସଂର୍ପକରେ ସେମାନଙ୍କୁ ଅବଗତ କରାଯାଇଥିଲା ।

ଏହି ୩ଦିନିଆ ଶିବିରରେ ଜିଲ୍ଲା କୃଷି ଅଧିକାରୀ ଶୈଳେନ୍ଦ୍ର ମହାନ୍ତି, ବାଙ୍କୀ ସହକାରୀ କୃଷି ଅଧିକାରୀ ସ୍ମୃତିଝରା ସାହୁ, ଡମପଡ଼ା ବ୍ଲକ କୃଷି ଅଧିକାରିଣୀ ବି.ପି.ରୋଜାଲିନ୍ ତାଲିମ୍ ପ୍ରଦାନ କରିଥିଲେ । ଏହି ଶିବିରକୁ ବାଙ୍କୀ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ବିଜୟ କୁମାର ପଣ୍ଡା ,ଡମପଡ଼ା କୃଷି ଅଧିକାରୀ ତ୍ରିନାଥ ସାମନ୍ତରାୟ,ଡମପଡା ମିଶନ ଶକ୍ତି ର କର୍ମକର୍ତ୍ତା ସୁଜାତା ମହାପାତ୍ର ପରିଚାଳନା କରି  ଛତୁ ଚାଷୀ ଙ୍କୁ ଚାଷ ପାଇଁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ ।

Exit mobile version