ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କଲେଜ ପଡିଆରେ ଠାରେ ଚାଲିଥିବା ଦୁଇ ଦିନିଆ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୨ଜିଲ୍ଲାର ସଭାପତି, ସମ୍ପାଦକ ସମେତ ବହୁ ସଦସ୍ୟ ମାନେ ମାନେ ଦାରିଙ୍ଗବାଡ଼ିର ହିଲଭିୟୁ, ନେଚର ପାର୍କ, କଫି ବଗିଚା, ପାଏନ ଜଙ୍ଗଲ, ଜଳ ପ୍ରପାତ ବୁଲି ଦେଖିବା ସହ ଜି.ଉଦୟଗୀରି ର ମୁକୁଲିଙ୍ଗିଆ ଓ ରାଇକିଆ ର ମଣ୍ଡାସୁର କୁଟି ସହ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ସଂସ୍କୃତି ଓ ପରମ୍ପରା କୁ ମଧ୍ୟ ସ୍ଥାନୀୟ ଜନସାଧାରଣ ଙ୍କ ଠାରୁ ପଚାରି ବୁଝିଥିଲେ। ସନ୍ଧ୍ୟା ସମୟରେ ସୁର ଭାଇବ୍ରେସନର ପ୍ରଯୋଜିକା ଜୟଶ୍ରୀ ଧଳ ଙ୍କ ଟିମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
