ହିଞ୍ଜିଳିକାଟୁ , ଶେଷଦେବସାହୁ,ରିପୋର୍ଟ ( ଓଡିଶାତାଜାନ୍ୟୁଜ୍ )ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ. ୨୪ଏପ୍ରିଲ,ଶୁକ୍ରବାର :- କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହି ସମୟରେ ଅସହାୟ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଓ ସ୍ୱଛତାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ାକ ବିଭାଗ ଜରିଆରେ ଗରିବ ଓ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ସଫେଇ ପ୍ରସାଧନ ସାମଗ୍ରୀ ବଂଟନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଂଜିଳି ଡ଼ାକ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବ୍ଳକ ମକରଝୋଳ ଗ୍ରାମରେ ଗ୍ରାମର ବହୁ ଅସହାୟ ଓ ଗରୀବ ପରିବାରଙ୍କୁ ଶୁଖିଲା ଖାଦ୍ୟ ସମେତ ମାସ୍କ ଓ ସଫେଇ ପ୍ରସାଧନ ସାମଗ୍ରୀ ଯଥା ସାବୁନ, ହ୍ୟାଣ୍ଡୱାସ୍ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡ଼ାକ ନିରୀକ୍ଷକ ଦିଲ୍ଲିପ କୁମାର ବଗତି, ଉପଡ଼ାକପାଳ ରତିକାନ୍ତ ପଣ୍ଡା, ଓଭରସିୟର ବାବୁଲା ପାତ୍ର, ମକରଝୋଳ ଶାଖା ଡ଼ାକପାଳ ସୁନାରାମ ମାରାଣ୍ଡି, ରମେଶ ଚନ୍ଦ୍ର ମହାନ୍ତି ଓ ଆସିକା ଡ଼ାକମଣ୍ଡଳ ପ୍ରତିନିଧି ସିମାଂଚଳ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଗରିବ ଓ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ସଫେଇ ପ୍ରସାଧନ ସାମଗ୍ରୀ ବଂଟନ – ହିଞ୍ଜିଳିକାଟୁ,

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE
by
Proprietor Abhimanyu Maharana
September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026