Home ଓଡ଼ିଶା ବୁଢାବୁଢି ରୁପରେ ଦର୍ଶନ ଦେଲେ ମା ଖିଲାମୁଣ୍ଡା – ରଣପୁର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ରଣପୁର ଠାରୁ ୨୫ କିମି ଦୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ : ପ୍ରତି ବର୍ଷ ୧୬ ଦିନ ପାଇଁ ରଣପୁର ରାଜ ପ୍ରସାଦ କୁ ମା ଆସନ୍ତି ଓ ପୂଜା ପାଆନ୍ତି ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ରଣପୁର /ରିପୋର୍ଟ ଅଭିମନ୍ୟୁ :- ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ରଣପୁରଗଡ଼ ର ପରମ୍ପରା ବେଶ ଲୋକେ ପ୍ରଚଳିତ । ଏବଂ ରାଜା ଙ୍କ ର ଇଷ୍ଟ ଦେବୀ ମା ଖିଲାମୁଣ୍ଡା ଙ୍କ ଆଗମନରେ ନଗରବାସୀ ଙ୍କ ମୁଖରେ ଖୁସିର ସୁଆର ଛୁଟିଛି । ତେବେ ରଣପୁର ସଂରକ୍ଷିତ ଜଙ୍ଗଲ ବନ୍ଧମୁଣ୍ଡା ପଚଂୟତରେ ରାଅଁଳା ଗ୍ରାମର ନିଘଚଂ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା ଖିଲାମୁଣ୍ଡା ଙ୍କ ୧୬ ଦିନର ଯାତ୍ରା ମଙ୍ଗଳବାର ଠାରୁ ଆରମ୍ବ ହୋଇଛି । ପ୍ରତିବର୍ଷ ମା ଆଶ୍ୱିନ ମାସ ରେ ୧୬ ଦିନ ପାଇଁ ମା ଖିଲାମୁଣ୍ଡା ଗଡ଼ଜାତ ରଣପୁରର ରାଜବାଟି କୁ ଆସି ଦଶହରା ଦିନ ପୁଣି ଫେରିଯାଆନ୍ତି । ଚଳିତ ବର୍ଷ ମା ବୁଢାବୁଢି ରୁପରେ ଦର୍ଶନ ଦେଲେ ବୋଲି ଜଣାଇଛନ୍ତି । ଚଳିତ ବର୍ଷ ମଧ୍ୟାହ୍ନ ରେ ରାଜବାଟି ରୁ କାଠି ମାଳ ଅଞ୍ଚଳ ଅଭିମୁଖେ ଯାଇଥିଲେ ଯାହାଫଳରେ ଅନେକ ଭକ୍ତ ମା ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ପରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଠାକୁର ରାଜବାଟି ଅଭିମୁଖେ ବାହାରିଥାନ୍ତି । ଦୀର୍ଘ ୩୦୦ ବର୍ଷ ଧରି ରାଜା ଙ୍କର ଇଷ୍ଟଦେବୀ ମା ଖିଲାମୁଣ୍ଡା ରାଆଁଳା ରୁ ରଣପୁର ରାଜ ପ୍ରସାଦ କୁ ଆସନ୍ତି । ରଣପୁର ଠାରୁ ୨୫ କିମି ଦୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଣ ପାହାଡ ଘେରା ଦୂର୍ଗମ ଅଚଂଳରେ ଅପୂର୍ବ ପ୍ରାକୃତିକ ପରିବେଶରେ ମା ଖିଲାମୁଣ୍ଡା ପୂଜା ପାଆନ୍ତି । ପ୍ରତି ବର୍ଷ ୧୬ ଦିନ ପାଇଁ ରଣପୁର ରାଜ ପ୍ରସାଦ କୁ ମା ଆସନ୍ତି ଓ ପୂଜା ପାଆନ୍ତି । ଦ୍ୱିତୀୟା ଓଷା ପୂର୍ବ ଦିନ ସ୍ଥାନୀୟ ରାଜ ପ୍ରସାଦ କର୍ମଚାରୀ ମାନେ ରାଜବାଟି ପରିସରରେ ଥିବା ଏକ ବିରାଟ ବାଉଁଶ ଖଣ୍ଡ କୁ ରାଅଁଳ ଅଭି ମୁଖେ ନେଇଥାନ୍ତି । ଖିଲାମୁଣ୍ଡା ପୀଠକୁ ବାଉଁଶ ଖଣ୍ଡ ନେଇ ସେଠାରେ ପୂଜା ପାଠ କଲାପରେ କାଳେସୀ ସବାର ହୋଇଥାଏ । ଚଳିତ ବର୍ଷ ମା ବୁଢାବୁଢି ରୂପେ ଦର୍ଶନ ଦେଲେ ବୋଲି ଜଣାଯାଇଛି । ଆଜି ସନ୍ଧ୍ୟାରେ ମା ନୂଆଗାଁ ନିକଟସ୍ଥ ବାଳମୁକୁଳି ଠାକୁରାଣୀ ଙ୍କ ପାଖରେ ପହଚିଂବା ପରେ ରାଜପ୍ରସାଦରୁ ରାଜା ଦିଲ୍ଲିପ ଚନ୍ଦ୍ର ସିଂହଦେଓ , ରାଜକୁମାର କୌଶିକ ସିଂହଦେଓ ଓ ଅନ୍ୟାନ କର୍ମଚାରି ମାନେ ଯାଇ ସେଠାରେ ପୂଜାପାଠ କଲାପରେ ମା ଙ୍କୁ ନିମନ୍ତ୍ର୍ରଣ କରି ପାଛୋଟି ଆଣିଥିଲେ । ମା ନଗର ପରିକ୍ରମା କରି ପୁଞ୍ଜି ଦାନ କରାଯାଇଥିଲା । ଭକ୍ତଙ୍କ ମନସ୍କାମନା ପୂରଣ କରିବା ନିର୍ଜଳ ଉପବାସ କରିଥିବା ଦେଖାଯାଇଥିଲା । ସେହିପରି ରଣପୁର ଅଚଂଳରେ ହଜାର ହଜାର ଭକ୍ତ ମା ଙ୍କ ର କାଠି ଉପବାସ ରେ ରହି ମା ଙ୍କ ଦର୍ଶନ କରି ଜଳ ଗ୍ରହଣ କରିବାର ଦେଖିବାକୁ ମିଳିଥିଲା । ତେବେ ଦ୍ୱିତୀୟା ଓଷା ଠାରୁ ଦଶମୀ ପର୍ଯ୍ୟନ୍ତ ମାଆ ରାଜପ୍ରାସାଦ ପ୍ରାଙ୍ଗଣରେ ରାଜା ଙ୍କ ଇଷ୍ଟଦେବୀ ଭାବେ ପୂଜା ପାଇଥାନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026