ଅଦୈତ୍ୟ ଫାଉଣ୍ଡେସନ ପକ୍ଷରୁ ସାହସିକତା ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ବାଙ୍କୀ :- ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଦୈତ୍ୟ ଫାଉଣ୍ଡେସନ୍ ପକ୍ଷରୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ସାନମୁଣ୍ଡଳୀ ଠାରେ ଗତ ଶୁକ୍ରବାର ମହାନଦୀରୁ ଉଦ୍ଧାର କରିଥିବା ମାନସ ବେହେରା ସାମ୍ବାଦିକ ଅରିନ୍ଦମ ଦାସ ଓ ଦୁଇ ଓଡ୍ରାପ୍ଟ ଟିମର କର୍ମଚାରୀଙ୍କୁ ଉଦ୍ଧାର କରିଥିବାରୁ ତାଙ୍କୁ ଆଜି ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି । ଫାଉଣ୍ଡେସନର ମହାସଚିବ ସମାଜସେବୀ ନଳିନୀ ରାୟଙ୍କ ଦ୍ୱାରା ମାନସଙ୍କୁ ସାହାସିକତା ପୁରସ୍କାର ପ୍ରଦାନ କରିବା ସହ ରାଜ୍ୟ ସରକାର ମାନସକୁ ସାହାସିକତା ପୁରସ୍କାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ରାୟ ଅନୁରୋଧ କରିଛନ୍ତି ।

ଏହାପରେ ସାମ୍ବାଦିକ ଅରିନ୍ଦମ ଓ ଓଡ୍ରାପ୍ଟ କର୍ମଚାରୀ ସୀତାରାମ ମୁର୍ମୁଙ୍କ ବିୟୋଗରେ ଅମର ଆତ୍ମାର ଶାନ୍ତି ପାଇଁ ଅଦୈତ୍ୟ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ରାୟଙ୍କ ନେତୃତ୍ୱରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରବିବେହେରା, ଦ୍ରୌପଦି ଦଳେଇ, ଅଶ୍ୱିନୀ କୁମାର ସାହୁ ଓ ଜୟଜଗନ୍ନାଥ କ୍ଲବର ସଦସ୍ୟମାନେ ଯୋଗଦେଇଥିଲେ ।

Exit mobile version