ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଜିଲ୍ଲାପାଳ ଙ୍କ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ନୟାଗଡ :- ନୟାଗଡ ଜିଲ୍ଲା ସମସ୍ତ ବ୍ଲକ୍ ର ବିଡ଼ିଓ ମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଭର୍ଚୁଆଲ ମିଟିଂ ରେ ଆଲୋଚନା କରିଛନ୍ତି।ଡିସେମ୍ବର ମାସ ସୁଦ୍ଧା ସମସ୍ତ ମିଶନ ଶକ୍ତି ଗୃହ କାର୍ଯ୍ୟ ଶେଷ କରିବା,ଆମ ଗାଁ ଆମ ବିକାଶ ରେ ଆରମ୍ଭ ହୋଇଥିବା କାର୍ଯ୍ୟ ଶେଷ କରିବା,ଅକ୍ଟୋବର ମାସ ଶେଷ ସୁଦ୍ଧା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ୍ ଋଣ ପାଇଁ ସମସ୍ତ ଦରଖାସ୍ତ ବ୍ୟାଙ୍କ୍ ରେ ପହଞ୍ଚାଇବା ପାଇଁ ବିଡ଼ିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ମୋଟ୍ ୮୪୫୦ ଏସ ଏଚ୍ ଜି ଥିବା ବେଳେ ୪୨୦୦ ଟି ଏସ ଏଚ୍ ଜି ଋଣ ପାଇଛନ୍ତି।ନଭେମ୍ବର ମାସ ସୁଦ୍ଧା ଆରମ୍ଭ ହୋଇଥିବା ସମସ୍ତ ରୁରାଲ ହାଉସିଂ ରେ ଗୃହ ନିର୍ମାଣ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ।ଗ୍ରାମ ପଞ୍ଚାୟତ ରେ ବାକି ଥିବା ଏଲେକ୍ଟ୍ରି ବିଲ୍ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକ ରେ ପ୍ରକଳ୍ପ ନିର୍ଦ୍ଦେଶ ଙ୍କ ସୁବାସ ଚନ୍ଦ୍ର ରାୟ ଉପସ୍ଥିତ ଥିଲେ  ।

Exit mobile version