ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା ; ଭାଜପା ର ଆରଡିସିଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ବରଗଡ଼ :- ବରଗଡ଼ ଟାଉନ ଥାନା ହାଜତ ରେ ମୃତ୍ୟୁ ବରଣ କରି ଥିବା ଗୋବିନ୍ଦ କୁମ୍ଭାର ଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବି ରେ ଆଜି ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବରଗଡ଼ ସା°ସଦ ସୁରେଶ ପୂଜାରୀ ଙ୍କ ନେତୃତ୍ବରେ ପ୍ରତିନିଧି ମାନେ ପରେ ଉତ୍ତରାଞ୍ଚଳ ଡ଼ିଆଇଜିଙ୍କୁ ଭେଟି ଆଲୋଚନା କରିଥିଲେ ।

ତୁରନ୍ତ ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତନିଧି ମଣ୍ଡଳୀ ରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନନ୍ଦ,

ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ, ବରଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ର ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ସବିତା ନନ୍ଦ, ବରଗଡ଼ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ସମ୍ପାଦକ କୁଶ କଲେତ, ରବିନାରାୟଣ ଦାଶ ପ୍ରମୁଖ ରହିଥିଲେ ।  (ସତ୍ୟ ନାରାୟଣ ପ୍ରଧାନ)

Exit mobile version