ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ନେତୃତ୍ୱ ପରିବର୍ତ୍ତନ ଡା.ଗୁଲାପାଲି ଏନ୍‍ ରାଓଙ୍କ ସ୍ଥାନରେ ଡା. ପ୍ରଶାନ୍ତ ଗର୍ଗ ଅବସ୍ଥାପିତ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ଭୁବନେଶ୍ୱର :- ଡା. ପ୍ରଶାନ୍ତ ଗର୍ଗ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ)ର ଏକ୍‍ଜିକ୍ୟୁଟିଭ ଚେୟାର ଭାବରେ ଡା.ଗୁଲାପାଲି ଏନ୍‍ ରାଓଙ୍କ ସ୍ଥାନରେ ଅବସ୍ଥାପିତ ହେବେ । ଡା. ଗର୍ଗ ଏହି ନୂତନ ଦାୟିତ୍ୱ ୨୦୨୧ ଅକ୍ଟୋବରରୁ ଗ୍ରହଣ କରିଥିବା ଏଲଭିପିଇଆଇ ପକ୍ଷରୁ ଘୋଷଣା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଉତ୍କୃଷ୍ଟ ଓ ବ୍ୟାପକ ଚକ୍ଷୁ ସେବା ଯତ୍ନ ପ୍ରଦାନ ଉଦ୍ଦେଶ୍ୟରେ ଡା.ଗୁଲାପାଲି ଏନ୍‍ ରାଓ ୧୯୮୭ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହା ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ଅଣ-ଲାଭଦାୟକ ଚକ୍ଷୁ ସ୍ୱାସ୍ଥ୍ୟ ଅନୁଷ୍ଠାନ । ଗତ ତିନି ଦଶନ୍ଧି ଧରି ଡା.ରାଓଙ୍କ ଦୃଢ ନେତୃତ୍ୱ ବଳରେ ଏଲଭିପିଇଆଇ ୩୨.୧୧ ନିୟୁତ (୩ କୋଟି ୨୧ ଲକ୍ଷ) ଲୋକଙ୍କୁ ସେବା ପ୍ରଦାନ କରିଛି ।

ସେମାନଙ୍କ ମଧ୍ୟରୁ ୫୦%ଙ୍କୁ ଜଟିଳତା ନିର୍ବିଶେଷରେ ମାଗଣାରେ ସେବା ପ୍ରଦାନ କରାଯାଇଛି । ଡା.ରାଓ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚକ୍ଷୁ ବିଶେଷଜ୍‍ଭଞ ଏବଂ ଅନେକ ସମ୍ମାନଜନକ ପୁରସ୍କାର ଓ ସ୍ୱୀକୃତି ଲାଭ କରିଛନ୍ତି ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛନ୍ତି । ଡାକ୍ତର ରାଓ ଏହି ଅବସରରେ କହିଛନ୍ତି, “ମୁଁଁ ଏହି ଦାୟିତ୍ୱକୁ ମୋର ଉତ୍ତରାଧିକାରୀ ଶ୍ରୀ ପ୍ରଶାନ୍ତ ଗର୍ଗଙ୍କୁ ହସ୍ତାନ୍ତର କରୁଛି ଏବଂ ଆଶା କରୁଛି ଯେ ସେ ଏଲଭିପିଇଆଇକୁ ଏକ ନୂତନ ଶିଖରରେ ପହଞ୍ଚାଇବେ । ମୋର ଆତ୍ମବିଶ୍ୱାସ ରହିଛି ଯେ ଏଲଭିପିଇଆଇ ଏହାର ସେବାର ପ୍ରସାର କରିବ, ଅପହଞ୍ଚଙ୍କ ନିକଟରେ ପହଞ୍ଚିବ ଓ ଅନେକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସମସ୍ତଙ୍କୁ ଉତ୍କୃଷ୍ଟ ଚକ୍ଷୁ ଯତ୍ନ ସେବା ପ୍ରଦାନର ଧାରା ଜାରି ରଖିବ ।

ମୁଁ ତାଙ୍କୁ ଓ ତାଙ୍କର ଟିମ୍‍କୁ ଶୁଭକାମନା ଜଣାଉଛି ।” ଉଲ୍ଲେଖଯୋଗ୍ୟ ଯେ ଡା.ଗୁଲାପାଲି ଏନ୍‍ ରାଓ ଏଲଭିପିଇଆଇକୁ ଦିଗ୍‍ଦର୍ଶନ ପ୍ରଦାନ ଜାରି ରଖିବେ । ଡା. ପ୍ରଶାନ୍ତ ଗର୍ଗ କର୍ଣ୍ଣିଆଲ ସଂକ୍ରମଣ, ଆଌକ୍ଷଗ୍ଧ;ି ମାଇକ୍ରୋବାୟାଲ ରେଜିଷ୍ଟାନ୍ସ ଓ ଚକ୍ଷୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ୱ ଅଟନ୍ତି । ସେ ଅନେକ ଜାତୀୟ, ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି । ସେ ମଧ୍ୟ ଅନେକ ଆନ୍ତର୍ଜାତିକ ଅନୁଷ୍ଠାନ, ସୋସାଇଟି ଏବଂ ବିଜ୍ଞାନ ଜର୍ଣ୍ଣାଲ ବୋର୍ଡରେ ରହିଛନ୍ତି । ସେ ୧୯୯୬ରେ ଏହି ଏଲଭିପିଇଆଇରେ ଜଣେ କର୍ଣ୍ଣିଆ ଫେଲୋ ଭାବରେ ଯୋଗଦେବା ଦିନଠାରୁ ଏହି ଅନୁଷ୍ଠାନ ସହିତ ଜଡିତ ଅଛନ୍ତି ।

ଏହି ୨୫ ବର୍ଷ ମଧ୍ୟରେ ସେ ଅନୁଷ୍ଠାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା- ଡାଇରେକ୍ଟର, କାଲାମ ଆଞ୍ଜି ରେଡ୍ଡି କ୍ୟାମ୍ପସ-ଉତ୍କର୍ଷତା କେନ୍ଦ୍ର, ହାଇଦରାବାଦ; ଡାଇରେକ୍ଟର, କୋଡେ ଭେଙ୍କଟରେଡି ଚୌଧୁରୀ କ୍ୟାମ୍ପସ, ବିଜୟୱାଡା; ଆଇ ବ୍ୟାଙ୍କିଙ୍ଗର ନେଟୱର୍କ ହେଡ୍‍ ଓ ଶିକ୍ଷାର ମୁଖ୍ୟ ଭାବରେ ଅବସ୍ଥାପିତ ହୋଇଛନ୍ତି । ସେ ମଧ୍ୟ ଡା.ପୌଲ ଡ୍ୟୁବୋର୍ଡ ଚେୟାର ଅଫ କର୍ଣ୍ଣିଆରେ ଅବସ୍ଥାପିତ ଅଟନ୍ତି । ଅନେକ ଗବେଷଣା ଅନୁଦାନ ସହିତ ତାଙ୍କର ଏକ ଦୃଢ ପ୍ରକାଶନ ରେକର୍ଡ ରହିଛି । ଡା.ଗର୍ଗ ଜଣେ କଞ୍ଜୁମେଟ କ୍ଲିନିକାଲ ସାଇଌକ୍ଷଗ୍ଧ;ିଷ୍ଟ । ପିୟର-ସମୀକ୍ଷାକୃତ ଜର୍ଣ୍ଣାଲରେ ସେ ୧୯୦ରୁ ଅଧିକ ବିଜ୍ଞାନ ସମ୍ବଳିତ ଲେଖା ପ୍ରକାଶ କରିଛନ୍ତି ଓ ଅନେକ ପୁସ୍ତକର ଅଧ୍ୟାୟକୁ ମଧ୍ୟ ଲେଖିଛନ୍ତି । ସେ ଅନେକ ସମ୍ମାନଜନକ ଆନ୍ତର୍ଜାତିକ ସମ୍ମିଳନୀର ଆମନ୍ତ୍ରିତ ଫାକଲ୍‍ଟି ଅଟନ୍ତି ଓ ଅନେକ ଲେକ୍‍ଚର ମଧ୍ୟ ପ୍ରଦାନ କରିଛନ୍ତି ।

ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଏକ୍‍ଜିକ୍ୟୁଟିଭ ଚେୟାର ଡା. ପ୍ରଶାନ୍ତ ଗର୍ଗ କହିଛନ୍ତି, “ମୋତେ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ଓ ଆନନ୍ଦିତ ମନେକରୁଛି । ଆମର ରୋଗୀ, ଦାତା ଓ ସହଯୋଗୀଙ୍କ ମୂଲ୍ୟବାନ ସହଯୋଗ ବଳରେ ଏବଂ ଆମର ଦକ୍ଷ ଟିମ୍‍ଙ୍କ ସହାୟତା କ୍ରମେ ମୁଁ ଆଶାବାଦୀ ଯେ ଏଲଭିପିଇଆଇ ଏହାର ସେବା ପ୍ରଦାନର ଧାରା ଜାରି ରଖିବ, ଲୋକଙ୍କ ନିକଟରେ ଚକ୍ଷୁ ସେବା ପହଞ୍ଚାଇପାରିବ, ଦୃଷ୍ଟିଶକ୍ତି ପୁନଃଥଇଥାନ କରାଯାଇପାରିବ, ନୂତନ ବୈଷୟିକିର ଗ୍ରହଣ, ଦୃଷ୍ଟିଶକ୍ତି-ବିପଦ ଥିବା ଚକ୍ଷୁ ଅବସ୍ଥାର ଗବେଷଣା, ଉତ୍ତମ ମାନର ତାଲିମ ପ୍ରଦାନ, ଜାତୀୟ ଓ ଆନ୍ତର୍ଜାତୀୟ ଭାବରେ ପାର୍ଟନରଙ୍କ ସହିତ ସହଭାଗିତା ସ୍ଥାପନ ଆଦି ଦ୍ୱାରା ପ୍ରତିକାରଯୋଗ୍ୟ ଦୃଷ୍ଟିହୀନତା ଦୂର କରାଯାଇପାରିବ ।” ଏଲଭିପିଇଆଇ ସମ୍ପର୍କରେ: ୧୯୮୭ ମସିହାରେ ପ୍ରତିଷ୍ଠିତ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ)ଠାରେ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ କରାଯାଉଛି ।

ଏହାସହିତ ଏହି ଅନୁଷ୍ଠାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ମିଶି ଦୃଷ୍ଟି ସମସ୍ୟାକୁ ଦୂର କରିବାରେ କାର୍ଯ୍ୟ କରୁଛି । ଏହି ଅନୁଷ୍ଠାନର ଦଶଟି ସକ୍ରିୟ କ୍ଷେତ୍ର ରହିଛି, ଯେଉଁଠାରେ ଏହା କାର୍ଯ୍ୟ କରୁଛି । ସେଗୁଡିକ ହେଉଛି ଡାକ୍ତରୀ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ପୁନଃଥଇଥାନ, ଗ୍ରାମୀଣ ଓ ଗୋଷ୍ଠୀ ଚକ୍ଷୁ ସ୍ୱାସ୍ଥ୍ୟ, ଚକ୍ଷୁ ବ୍ୟାଙ୍କିଙ୍ଗ, ସଚେତନତାର ପ୍ରସାର, ପଲିସିର ପ୍ଲାନିଂ, ଦକ୍ଷତା ନିର୍ମାଣ, ନବିନତା ଓ ଉତ୍ପାଦର ବିକାଶ । ଏଲଭିପିଇଆଇର ୨୩୬ଟି କେନ୍ଦ୍ର ଭାରତର ବିଭିନ୍ନ ରାଜ୍ୟରେ ରହିଛି । ଏହି ରାଜ୍ୟଗୁଡିକ ହେଉଛି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକ ।

ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ସମାଜର ସବୁ ବର୍ଗଙ୍କୁ ଉପଯୁକ୍ତ ଚକ୍ଷୁ ଯତ୍ନ ପ୍ରଦାନ କରିବା । ଏଲଭିପିଇଆଇର ପାଞ୍ଚ-ଟିୟର ‘ଚକ୍ଷୁ ସ୍ୱାସ୍ଥ୍ୟ ପିରାମିଡ’ ମଡେଲ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗକୁ ପରିସରଭୁକ୍ତ କରୁଛି ଏବଂ ଏହା ଉଚ୍ଚ ମାନର ଚକ୍ଷୁ ଯତ୍ନ ସେବା ସମସ୍ତଙ୍କୁ ପ୍ରଦାନ କରୁଛି । ଏହା ୩୨.୧୧ ନିୟୁତ (୩ କୋଟି ୨୧ ଲକ୍ଷ) ରୋଗୀଙ୍କୁ ସେବା ପ୍ରଦାନ କରିଛି । ସେମାନଙ୍କ ମଧ୍ୟରୁ ୫୦%ରୁ ଅଧିକ ରୋଗୀଙ୍କୁ ସେମାନଙ୍କ ରୋଗର ଜଟିଳତା ନିର୍ବିଶେଷରେ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯାଇଛି ।

Exit mobile version