ମାଁ ଉମା ମାହେଶ୍ୱରୀ ଙ୍କ ପୀଠ ରେ ଶାରଦୀୟ ଷୋହଳ ପୂଜା ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ବରଗଡ଼ :- ବରଗଡ଼ ଜିଲ୍ଲାର ଅନ୍ୟତମ ଶକ୍ତି ପୀଠ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ସ୍ଥିତ ମାଁ ଉମା ମାହେଶ୍ୱରୀ ଙ୍କ ଷୋହଳ ପୂଜା ଆରମ୍ଭ ହୋଇଛି। ଆବାହମାନ କାଳରୁ ମାଁ ଙ୍କ ରୀତିନୀତି ଅନୁସାରେ ମୂଳାଷ୍ଟମୀ ତିଥିରୁ ମା’ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । 

ଏହି କ୍ରମରେ ଗତକାଲି ରାତିରେ ମାଁ ଙ୍କ ସେବକ(ଝାଙ୍କର),ଷୋଢଦିନାତ୍ମକ ପୂଜା ର ପୂଜକ (ପଣ୍ଡିତ) ଙ୍କ ସମେତ ବହୁ ସେବାୟତ ଭକ୍ତ ଏକ ଶୋଭାଯାତ୍ରାରେ ଦନ୍ତା ନଦୀକୁ ଯାଇ ସେଠାରେ ଖଣ୍ଡା ଧୂଆ ପରେ କଳସ ପୂଜା ଆଦି କରିଥିଲେ ।  ପୁଣି ମନ୍ଦିର କୁ ଫେରି କଳସ ସ୍ଥାପନା ସହ ମାଁ ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଥିଲା । ଆଜି ଠାରୁ ପ୍ରତ୍ୟେକ ଦିନ ମାଁ ଙ୍କ ସ୍ବତନ୍ତ୍ର ପୂଜା ହୋମ୍ ଯଜ୍ଞ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚିତ କରାଯାଇଛି । (ସତ୍ୟ ନାରାୟଣ ପ୍ରଧାନ)

Exit mobile version