ହିନ୍ଦୁଧର୍ମର ଅନନ୍ୟ ପରମ୍ପରା ଦୂତିବାହାନ ଓଷା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ) ପଦ୍ମପୁର :- ହିନ୍ଦୁଧର୍ମର ଅନେକ ପରମ୍ପରା ରହିଛି ସେଥି ମଧ୍ଯରୁ ଦୂତିବାହାନ ଓଷା ବା ପୁଅ ଜିଉଁନ୍ତିଆ ଅନ୍ଯତମ । ଏହି ଓଷା ମାଆ ମାନେ ନିଜର ସନ୍ତାନ ସନ୍ତତି ମାନଙ୍କ ପାଇଁ କରିଥାନ୍ତି । ମାଆ ମାନେ ନିର୍ଜଲା ଉପବାସ ଦିନସାରା ରହି ସନ୍ଧ୍ଯାରେ ପୂଜା କରିଥାନ୍ତି । ଆଧୁନିକ ଯୁଗରେ ଏହାହିଁ ଏକ ପରମ୍ପରା ରହିବା ନିଶ୍ଚିତ ଭାବେ ହିନ୍ଦୁଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ବଡ ସଂସ୍କାର ।ପଦ୍ମପୁର,ପାଇକମାଲ,ଝରବନ୍ଧ,ଗାଇସିଲେଟ,ସୋହେଲା,ବିଜେପୁର ଆଦି ଅଞ୍ଚଳ ମଧ୍ଯ ଏଥିରୁ ବାଦ ପଡି ନାହିଁ । ଏ ଅଞ୍ଚଳର ପୁରପଲ୍ଲୀରେ ମାଆ ମାନେ ପୂଜାର୍ଚ୍ଚନା କରିଛନ୍ତି । ହୁଲହୁଲି ଧ୍ବନୀରେ ପ୍ରକମ୍ପିତ କରି ଏଭଲି ପରମ୍ପରା ଯେ ନିଶ୍ଚିତ ଭାବେ ସମାଜର ସଂସ୍କାର ଆଣିବ ଏବଂ ଆଗାମୀ ପିଡି ପାଇଁ ସୁସ୍ଥ ସମାଜ ନିଶ୍ଚିତ ଭାବେ ଗଠନ ହେବ ଏହାର ତିଳେମାତ୍ର ସନ୍ଦେହ ନାହିଁ ।

Exit mobile version