କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକଳାପ ପାଇଁ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର )ଚାନ୍ଦପୁର /ରିପୋର୍ଟ ଅଭିମନ୍ୟୁ :-  ଚଳିତ ବର୍ଷ ନୟାଗଡ଼ ଜିଲ୍ଳା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କୁ ଏହି ଆନ୍ତରିକ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ଡିଜିପି,କଟକ ଆୱାର୍ଡ ପ୍ରଦାନ କରିଛନ୍ତି । ଉପକୂଳ ଅଞ୍ଚଳ ହେଲେ ମଧ୍ୟ ଗତ ବର୍ଷ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ରଣପୁର ରେ ଆଇଆଇସି ଦାୟିତ୍ୱରେ ଥିବା ବେଳେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣ ଲୋକ ଙ୍କ ଅନ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ଏବଂ ଯେଉଁଥିପାଇଁ ଶ୍ରୀ ରଶ୍ମି ରଞ୍ଜନ ଦାସ ମାନପତ୍ର ହାସଲ କରିପାରିଛନ୍ତି । ତେବେ ୨୦୧୯ ମସିହାରୁ ରଣପୁର ଥାନା ଅଧିକାରୀ ଭାବେ ନିୟୋଜିତ ହୋଇ ରଶ୍ମି ରଞ୍ଜନ ଦାଶ ରଣପୁର କୁ ନିଶା ମୁକ୍ତ ଅଞ୍ଚଳରେ ପରିଣତ କରିବା

ସହ ବ୍ରାଉନସୁଗର , ମଦ , ବାଲି , ପଥର ଖଣି ର ବେଆଇନ ଚାଲାଣ କୁ ରୋକ ଲଗାଇଥିବା ବେଳେ ରଣପୁର କୁ ନିଶା ମୁକ୍ତ ଓ ଅପରାଧୀ ମୁକ୍ତ ଅଞ୍ଚଳ କରିବା ଦିଗରେ ବହୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଯାହା ଫଳରେ କଟକ ଡିଜିପି ଆଜି ଭଲ କର୍ତ୍ତବ୍ୟନିଷ୍ଠ କାମ ପାଇଁ ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କୁ ସମ୍ମାନିତ କରାଯାଇଛି । ଦୁଇ ବର୍ଷ ଧରି ନିଷ୍ଠା ଓ ନିର୍ଭୀକତା ଭାବେ କରିଆସୁଥିବା କାର୍ଯ୍ୟକଳାପ କୁ ନେଇ ଡିଜିପି ମାନପତ୍ର ପ୍ରଦାନ କରିଛନ୍ତି ବୋଲି ସୂଚନା ମିଳିଛି । ଚାନ୍ଦପୁର ଅଞ୍ଚଳରେ ଭାରପ୍ରାପ୍ତ ଅଧିକାରୀ ଭାବେ ନିୟୋଜିତ ରହି ଲୁଟ୍ ପାଟ୍ , ଚୋରି ତସକରି , ମଦ , ଖଣି ମାଫିଆ ଙ୍କୁ ଧରିବା ପାଇଁ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ତେବେ ଆଜିର ଏହି ପଦକ ହାସଲ କରି ରଣପୁର ଓ ଚାନ୍ଦପୁର ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି ଆଇ ଆଇସି ରଶ୍ମି ରଞ୍ଜନ ଦାଶ । ଯାହା ପାଇଁ ଜନସାଧାରଣ ଓ ବରିଷ୍ଠ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

Exit mobile version