ନୂଆଗାଁ ଓ ମାଇଛେଳି ପଞ୍ଚାୟତ ରେ ମାସ୍କ୍ ବଣ୍ଟନ କଲେ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ମାଇଛେଳି ପଞ୍ଚାୟତ ରେ ମାସ୍କ୍ ବଣ୍ଟନ ସହ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ସୂଚନା ଅନୁଯାୟୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆଗାଁ ପଞ୍ଚାୟତ ଖାଲମଡ଼ା ଗ୍ରାମ ରେ ଘର ଘର ବୁଲି ମାସ୍କ ବଣ୍ଟନ କରିବା ସହ ଲୋକମାନଙ୍କ ସମସ୍ୟା ବୁଝିଥିଲେ । ତତ୍ ସହିତ ଗ୍ରାମ ର ବିକାଶ ପାଇଁ ସମସ୍ତ ଚେଷ୍ଠା ଜାରି ରହିବ ବୋଲି କହିଥିଲେ ।

ଗ୍ରାମକୁ ବିଧାୟକ ପାଣ୍ଠିରୁ ପ୍ରଭୁ ରାମେଶ୍ବର ମନ୍ଦିର ଏବଂ ଗେଟ୍ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିବାରୁ ଗ୍ରାମବାସୀ ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବା ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ । ସେହିପରି ଭାବେ ନୂଆଗାଁ ରେ ଘର ଘର ବୁଲି ମାସ୍କ ବଣ୍ଟନ କରିଥିଲେ।ତତ୍ ସହିତ ମାଇଛେଳି ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ମାସ୍କ ବଣ୍ଟନ କରିବା ସହ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ମାସ୍କ ବଣ୍ଟନ କରିବା ସମୟରେ ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,

ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଉପସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପଞ୍ଚାୟତ ବିଜେଡ଼ି ସଂଗଠକ ଝରିଆ ପ୍ରଧାନ, ଯୁବ ସାଧାରଣ ସମ୍ପାଦକ ସୁଧୀର କୁମାର ପ୍ରଧାନ,ପଞ୍ଚାୟତ ସଭାପତି ପ୍ରକାଶ କୁମାର ପ୍ରଧାନ, ମାଇଛେଳି ପଞ୍ଚାୟତ ବିଜେଡ଼ି ସଂଗଠକ ଦାଶରଥି ପ୍ରଧାନ ଙ୍କ ସମେତ ଖାଲମଡ଼ା ଗ୍ରାମ ର ସମସ୍ତ ୱାର୍ଡ ସଭ୍ୟ ,ଏବଂ ନୂଆଗାଁ , ଖାଲ ମଡ଼ା ଗ୍ରାମ ର ବହୁ ବରିଷ୍ଠ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Exit mobile version