ଜ୍ୟୋତିପ୍ରକାଶଙ୍କ ଦଶାହ କର୍ମରେ ବିଜେପି – ଦ୍ୱୀପ ଜାଳି ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ଜ୍ୟୋତିପ୍ରକାଶ ବେହେରାଙ୍କ ଦଶାହ କର୍ମରେ ଅମର ଆତ୍ମାର ସଦଗତି ପାଇଁ ଆଜି ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଦ୍ୱୀପ ଜାଳି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା ଘଟିଥିଲା ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନ୍‌ରେ ଭାସିଯାଇଥିଲେ ଛାତ୍ର । ଏଭଳି କିଛି ଘଟଣା ଘଟିଥିଲା ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ।ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗର ଟ୍ୟୁସନ୍ ଯାଉଥିଲେ ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରା ।

ତେବେ ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିଲେ। ମେଧାବୀ ଛାତ୍ର ସ୍ବର୍ଗତ ଜ୍ୟୋତିପ୍ରକାଶ ଙ୍କ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁସିଂ ଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦିବଂଗତ ମେଧାବୀ ଛାତ୍ର ସ୍ୱର୍ଗତ ଜ୍ୟୋତିପ୍ରକାଶ ଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରାଯାଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ,ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ଜିଲ୍ଲା ଉପସଭାପତି ମାନସୀ ରାୟ,ଜିଲ୍ଲା ମଣ୍ଡଳ ସଭାପତି ରାମ ରଣସିଂ,ସନ୍ତୋଷ ଜେନା,ସୁରେନ୍ଦ୍ର ପ୍ରଧାନ ,ବିଜେପି ନେତା ସୁନୀଲ ସ୍ୱାଇଁ, ଆଦିତ୍ୟ ପଟ୍ଟନାୟକ,ସବିତା ପଟ୍ଟନାୟକ,ଶରତ ମହାପାତ୍ର,ବବିତା ଜେନା,ରଜନୀ ବାଳା ଦାସ, ପ୍ରମୁଖ ଯୋଗଦେଇଥିଲେ 

Exit mobile version