ଅମ୍ବାପାଲି ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାରବରଗଡ଼ :- ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟଣା ସହରରେ ଚର୍ଚ୍ଚା ର ବିଷୟ ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଅତାବିରାର ଏମ୍‌ଡି କଶିମ(୨୫) ବୋଲି ଜଣାପଡିଛି ।

ପାଖରେ ଏକ ପଲସର୍‌ ବାଇକ(ଓଡି୧୫ଏ ୧୦୩୧) ପଡିଛି। ଆଜି ସକାଳୁ ଖବର ପାଇବା ପରେ ବରଗଡ଼ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Exit mobile version