ଗଜପତି ଜିଲ୍ଲା ଅଡବାଥାନା ଅନ୍ତର୍ଗତ ଅଡବା ସ୍ଥିତ ସରକାରୀ ହାଇସ୍କୁଲ ନିକଟରେ ମଦ ବୋଝେଇ ଟ୍ରକ ଧକ୍କାରେ ବୁଦ୍ଧା ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବଜାର ନିକଟସ୍ଥ ସରକାରୀ ହାଇସ୍କୁଲ ନିକଟରେ ଏକ ମଦ ବୋଝେଇ ଟ୍ରକ ଧକ୍କାରେ ଜଣେ ବୁଦ୍ଧା ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଆହତ ହେଇଥିବାବ୍ୟକ୍ତି ଜଣକ ଅଡବା ଗ୍ରାମର ବିଷ୍ଣୁ ଗୌଡ (୬୫) ବୋଲି ଜଣାପଡ଼ିଛି l ସେ ସୋମବାର ସକାଳ ପ୍ରାୟ ୭ଟାରେ ଘରୁ ବଜାରକୁ ଚା ପିଇବାକୁ ଆସୁଥିଲେ। ବ୍ରହ୍ମପୁର ପଟୁ ଦୃତ ବେଗରେ ଏକ ମଦ ବୋଝେଇ ଟ୍ରକ ନଂ (ଓଡି ୧୬ବି୮୩୭୯) ରାୟଗଡା ଯାଉଥିବା ବେଳେ ଜାତୀୟ ରାଜପଥ-୩୨୬ ସ୍ଥାନୀୟ ସରକାରୀ ହାଇସ୍କୁଲ ନିକଟରେ ବୁଦ୍ଧାଙ୍କୁ ପଛପଟରୁ ଧକ୍କା ଦେଇ ଚାଲି ଯାଇଥିଲା ।

ଏହା ଦେଖି ଗ୍ରାମର କିଛି ଯୁବକ ବାଇକରେ ଟ୍ରକକୁ ପିଛା କରି କାବୁ କରି ଥାନାରେ ଜିମା ଦେଇଥିଲେ । ବୁଦ୍ଧ।ଙ୍କର ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା । ଶ୍ରୀଗୌଡଙ୍କଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ତ୍ରିଶୂଳ ସେନାପତି କହିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version