ଓଡ଼ିଆ ସାହିତ୍ୟର ନୂଆ ଠିକଣା ମାସିକ ପତ୍ରିକା “ସାହିତ୍ୟ ଚର୍ଚ୍ଚା”

ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ଭୁବନେଶ୍ୱର :- ଓଡ଼ିଆ ସାହିତ୍ୟର ନୂଆ ଠିକଣା ମାସିକ ପତ୍ରିକା “ସାହିତ୍ୟ ଚର୍ଚ୍ଚା” ର ଅଗଷ୍ଟ୨୦୨୧ ଆଜି ଡାକ ଯୋଗେ ପ୍ରାପ୍ତି ହୋଇ ଆନନ୍ଦିତ ହେବା ସହିତ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ନିହାର ଶତପଥୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ମହାମାରୀ ସମୟରେ ଅସ୍ତବ୍ୟସ୍ତ ଅର୍ଥନୀତିର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶ୍ରୀଯୁକ୍ତ ଶତପଥୀଙ୍କ ସାହିତ୍ୟ ପତ୍ରିକା ପ୍ରକାଶ ପାଇଁ ଦୁଃସାହସିକ ପଦକ୍ଷେପକୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପତ୍ରିକା ମାଧ୍ୟମରେ ଓଡ଼ିଶାର ବିଶିଷ୍ଟ ଶ୍ରଷ୍ଟାଙ୍କ ସୃଷ୍ଟିକୁ ଆମକୁ ଭେଟି ଦେଇଥିବାରୁ ଶ୍ରୀଯୁକ୍ତ ଶତପଥୀଙ୍କୁ ଆଉଥରେ କୃତଜ୍ଞତା ଜ୍ଞାପନ କରୁଛି । ଜୟ ଶ୍ରୀ ଜଗନ୍ନାଥ ।

Exit mobile version