ବୁଣାକାର ଙ୍କ ସଚେତନତା ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ବରଗଡ଼ :- ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ଯ୍ୟାଳୟ ସହଯୋଗୀତାରେ ଆୟୋଜିତ୍ ଏହି ଶିବିରକୁ ସମ୍ବଲପୁରୀ ବସ୍ତ୍ରାଳୟର ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ ପରିଚାଳନା କରିଥିଲେ । ଏ ଅବସରରେ ବରଗଡ଼ ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ଶିଶିର କୁମାର ନାଗ, ସିଇଟି ଭୁବନେଶ୍ୱରର ପ୍ରଫେସର ଏ ଏନ ଖଣ୍ଡୁଆଲ , ବରଗଡ଼ ଖେଦାପାଲି ସ୍ଥିତ ଭାରତୀୟ ହ୍ୟାଣ୍ଡଲୁମ ବୈଷୟିକ ପ୍ରତିଷ୍ଠାନ ର ବରିଷ୍ଠ ଅଧ୍ୟାପକ ଭିକେ ବ୍ୟାସ, ଏନଏଚଡିସି ବରଗଡ଼ର ନିଲମାଧବ ପାତ୍ର ଅତିଥି ଭାବେ ଯୋଗଦାନ କରିଥିଲେ ।

ଶିବିରରେ ଜିଲ୍ଳାର ବିଭିନ୍ନ ଅଚଂଳରୁ ୫୦ରୁ ଉର୍ଦ୍ଧ୍ୱ ବୁଣାକାର ଯୋଗଦାନ କରିଥିବା ବେଳେ ମାଷ୍ଟର ଟ୍ରେନର ସୁଦର୍ଶନ ଯାଦବ ସେମାନଙ୍କୁ ବିଭିନ୍ନ ପ୍ରକାର ରଙ୍ଗର ପ୍ରୟୋଗ ଏବଂ କେମିକାଲ ରଙ୍ଗର ବିକଳ୍ପ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଶେଷରେ ସାଧକ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଜ୍ୟୋର୍ତିମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version