ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ସୀତାରାମ୍‍ ଓ ଅରିନ୍ଦମ୍‍ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ଆଠଗଡ :- ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ଗତ ୨୪ ତାରିଖରେ ମୁଣ୍ଡଳିଠାରେ ମହାନଦୀରେ ଗଜରାଜ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା​​‌ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଦଳର ନୌକା ଚାଳକ ସୀତାରାମ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ସଭାପତିତ୍ୱରେ ଉତ୍ତରାଚଣ୍ଡୀ ମନ୍ଦିର ପରିଷଦରେ ଅନୁଷ୍ଠିତ ଶୋକସଭାରେ ଆଠଗଡର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଯୋଗଦେଇ ଉଭୟ ଅରିନ୍ଦମ ଓ ସୀତାରାମଙ୍କ ବିୟୋଗରେ ଦୁଃଖପ୍ରକାଶ କରିବା ସହ ତାଙ୍କର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏଥିରେ ଯୋଗଦେଇ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ସାମ୍ବାଦିକ ଅରିନ୍ଦମ ଓ ଓଡ୍ରାଫ ଦଳର ସଦସ୍ୟ ସୀତାରାମଙ୍କର ସାହସିକତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ମତବ୍ୟକ୍ତ କରିଥିଲେ । ତେବେ କେତେକ କ୍ଷେତ୍ରରେ ଏଭଳି ଦୁଃସାହସରୁ ଦୂରେଇ ରହିବା ପାଇଁ ସେ ନିବେଦନ କରିଥିଲେ । ସାମ୍ବାଦିକ ବିଭୂତି ଭୂଷଣ ଖଟୁଆ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅର୍ଦ୍ଧେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version