ଶିକ୍ଷା ବିଭାଗ ସେକ୍ରେଟାରୀ ଙ୍କ ମନିଟରିଂ କୁ ନେଇ ଭର୍ଚୁଆଲ ମିଟିଂ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସେକ୍ରେଟାରୀ ଦୀପକ୍ କୁମାର ମିଶ୍ର ଙ୍କ ଆସନ୍ତା ୩୦ ତାରିଖ ନୟାଗଡ ଜିଲ୍ଲା ର ବିଭିନ୍ନ ବ୍ଲକ୍ ର ୨୦ ଟି ସେକେଣ୍ଡାରୀ ବିଦ୍ୟାଳୟ ମନିଟରିଂ କୁ ନେଇ ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି।ଏହି ମିଟିଂ ରେ ପ୍ରତ୍ୟେକ ବିଦ୍ୟାଳୟର ପରିବେଶ,ଶ୍ରେଣୀ ଗୃହ, ଟଏଲେଟ୍, ପରିଶ୍ରା ଗାର,ପରିଷ୍କାର ପରିଚ୍ଛନ୍ନ ସହ ସାନିଟାଇଜେସନ୍,ଶ୍ରେଣୀ ଗୃହ ଓ ବାହାରେ ଶିକ୍ଷକ ଓ ଶିକ୍ଷାର୍ଥୀ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପରିଧାନ

କରିବା,ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ରହିବା,ଆସନ୍ତା ୨୯ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟର ୟୁସି ପ୍ରଦାନ କରିବା,ବିଦ୍ୟାଳୟରେ ମୋ ସ୍କୁଲ୍ ହୋଡିଂ ଠିକ୍ ଭାବେ ଲଗାଇବା, ନାସ୍ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରତି କାର୍ଯ୍ୟ ଦିବସରେ ଶିକ୍ଷାର୍ଥୀ ମାନଙ୍କ ପାଖ କୁ ଯାଇ କରିବା,ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ କ୍ଲଷ୍ଟର ସ୍ତରୀୟ ନାସ୍ ଏବଂ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ ଉପରେ ଆଲୋଚନା କରାଯାଇଥିଲା।ଏହି ମିଟିଂ ରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଶରତ କୁମାର ସାହୁ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସମସ୍ତ ସି ଆର୍ ସି ସି,ପ୍ରଧାନ ଶିକ୍ଷକ ,ଶିକ୍ଷୟତ୍ରୀ,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

Exit mobile version