ଅନ୍ତର୍ଜାତିକ କଳିଙ୍ଗ କୃତ୍ତି ସଂସ୍ଥାନ ଓ ଅଦୈତ୍ୟ ଫାଉଡେସନ ପକ୍ଷରୁ ଆଭାସୀ ମାଧ୍ୟମରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାରବାଙ୍କୀ :- ଅନ୍ତର୍ଜାତିକ କଳିଙ୍ଗ କୃତ୍ତି ସଂସ୍ଥାନ ଓ ଅଦୈତ୍ୟ ଫାଉଡେସନ ପକ୍ଷରୁ ଆଭାସୀ ମାଧ୍ୟମରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଅନ୍ତର୍ଜାତିକ କଳିଙ୍ଗ କୃତ୍ତି ସଂସ୍ଥାନର ଉପସଭାପତି ଗୌତମ ମିଶ୍ର ରାଜ୍ୟ ସରକାର ଙ୍କୁ ବାଙ୍କୀ କୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରି ପର୍ଯ୍ୟଟନ ମାନଚିତ୍ର ରେ ବାଙ୍କୀର ସ୍ଥାନ ରଖିବା ପାଇଁ ଅନୁରୋଧ କରିଥିଲେ । ଜାତମୁଣ୍ଡିଆ ପାହାଡକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦେବା ସହ ଏହାକୁ ବୌଦ୍ଧ ବିହାର କରାଯାଇ ବୌଦ୍ଧ ସ୍ତୁପ ,ଶାନ୍ତି ସ୍ତୁପ ଏବଂ ବୌଦ୍ଧ ଧର୍ମର ବିଭିନ୍ନ ଉପାଦେୟ କଥା ଏଠାରେ ନିର୍ମାଣ କରାଗଲେ ଅଂଚଳର ଉନ୍ନତି ହୋଇପାରିବ । ନିକଟରେ ବୌଦ୍ଧ ଗ୍ରାମ ନୂଆପାଟଣା ,ମାଣିଆବନ୍ଧ ଏବଂ ବାଙ୍କୀ ରଗଡି ରେ ବୌଦ୍ଧ ଧର୍ମାଲମ୍ବି ଥିବାରୁ ଅତୀତରେ ବୌଦ୍ଧ ଧର୍ମ

ବାଙ୍କୀ ଓ ଆଖପାଖ ଅଂଚଳରେ ପ୍ରଚଳିତ ହେଉଥିବା ବହୁ ଐତିହାସିକ ମତପୋଷଣ କରିଛନ୍ତି । ଅଂଶୁପା ନିକଟରେ ଏହି ପାହାଡ଼ ଅବସ୍ତିତ ଏହା ଉପରେ ପୁରାତନ ଧ୍ୱନି ମନ୍ଦିର ,ସୁପ୍ତଗଙ୍ଗା ,ହନୁମାନ ମନ୍ଦିର ଅବସ୍ତିତ ରାଜ୍ୟ ସରକାର ଯଦି ଉକ୍ତ ପାହାଡକୁ ପର୍ଯ୍ୟଟନ ବିଭାଗ କୁ ହସ୍ତାନ୍ତର କରି ବୌଦ୍ଧବିହାର ପାଇଁ ପ୍ରୟାସ କରନ୍ତେ ତେବେ ବାଙ୍କୀ ,ଆଠଗଡ ,ବଡମ୍ବା ଅଂଚଳର ବହୁ ବହୁ ବୌଦ୍ଧ ଧର୍ମୀ ଉପକୃତ ହେବା ବିଦେଶ ରୁ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ଆଶନ୍ତେ ।ବାଙ୍କୀ ରଣଶଙ୍ଖ ପୋଲ ଏକ ଝୁଲା ପୋଲ ୧୯୨୧ ମସିହାରେ ଇଂରେଜ ଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏହା ଅଂଚଳର ଐତିହ କିଛି ବର୍ଷ ପୂର୍ବେ ମହାନଦୀ ବନ୍ୟା ରେ ଏହା ଭାସି ନିକଟ ରେ ଲାଗିଥିଲା ଆଜି ପର୍ଯ୍ୟନ୍ତ ଉକ୍ତଇଂରେଜ ଦ୍ୱାରା ନିର୍ମିତ କାଷ୍ଟଲୁହା ସେତୁ କୁ ସରକାର ଉଦ୍ଧାର କରିପାରିନାହିଁ ଯଦି ସରକାର ଉକ୍ତ ସେତୁକୁ

ଉଦ୍ଧାରକରି ଏକ ଖାଲି ସ୍ଥାନରେ ରଖି ପଦର୍ଶନ କରିପାରନ୍ତେ ତେବେ ବହୁ ନୂତନ ପିଢ଼ି ବ୍ୟକ୍ତି ସେମାନଙ୍କ ଐତିହ୍ୟ ଦେଖି ଗର୍ବିତ ହେବାସହ ବହୁ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ ବୋଲି ଶ୍ରୀ ମିଶ୍ର ସରକାର ଙ୍କୁ ଅନୁରୋଧ କରିଛନ୍ତି ।ଅଦୈତ୍ୟ ଫାଉଡେସନ ର ମହାସଚିବ ନଳିନ ରାୟ ଆଭାସୀ ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ମା’ଚର୍ଚ୍ଚିକାଙ୍କ ମନ୍ଦିର, ବୈଦ୍ୟେଶ୍ୱର ଦୁର୍ଗା ମନ୍ଦିର ଓ ରାମନାଥ, ବୈଦ୍ୟେନାଥ ଓ ସିଂହନାଥ ମନ୍ଦିର,ଚୋଳଙ୍ଗ ଗଡ଼,ମହାନଦୀ କୂଳସ୍ଥ ଦେବୀଦ୍ୱାର ର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ କୁ ଅନୁରୋଧ କରିଥିଲେ ।ଫାଉଡେସନ ର ସକ୍ରିୟ କର୍ମକର୍ତା ସମାଜସେବି ଶୁଭେନ୍ଦୁ ମହାପାତ୍ର ଆଭାସୀ ରେ ଅଂଶୁପା , ଅରାଚଣ୍ଡି ବଡପାଟ ଆଦ୍ର ଭୂମି ,ରଗଡି ମହିମାମଣୀ,ତୃତୀୟ

ଦେବ,ମା ଖପରଚଣ୍ଡୀ ର ବିକାଶ ସହ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବ ସହ ପର୍ଯ୍ୟଟନସ୍ଥଳି ର ମାନ୍ୟତା ପାଇଁ ସରକାର ଙ୍କୁ ଅବଗତ କରାଯିବ ବୋଲି ଆଲୋଚନା ହୋଇଥିଲା। ଫାଉଡେସନ ର ବରିଷ୍ଠ ସଭ୍ୟ ଆଇନଜୀବୀ ତାପସ ଦ୍ବିବେଦୀ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ବାଙ୍କୀ କୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନଦେବା ଓ ବାଙ୍କୀ ର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଜାତ ମୁଣ୍ଡିଆ ପାହାଡ ରେ ବୌଦ୍ଧବିହାର ନିର୍ମାଣ ଏବଂ ବ୍ରିଟିଶ ଅମଳର ରଣସେତୁ କୁ ଉଦ୍ଧାର କରି ହେରିଟେଜ ଭାବରେ ପଦର୍ଶନ କରିବାକୁ ଖୁବ ଶୀଘ୍ର ଏକ ପ୍ରତିନିଧି ଦଳ ସହ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ସୁପାରିଶ କରାଯିବ ।

Exit mobile version