ବାଙ୍କୀ ରେ ଲଘୁଚାପ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ରେ ୪ହଜାର ୩୪୨ ହେକ୍ଟର ଜମି ଜଳମଗ୍ନ ହୋଇଥିବା ପ୍ରାଥମିକ ଆକଳନ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାରବାଙ୍କୀ :-ଚଳିତ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ବାଙ୍କୀ ବ୍ଲକରେ ଚାଷ ହୋଇଥିବା ୭ହଜାର ୩୦୫ହେକ୍ଟରରୁ ୬୩୨ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା । ସେହିପରି ଅଣଧାନ ଜମି ୩ହଜାର ୪୦ହେକ୍ଟର ମଧ୍ୟରୁ ୧୨୨ହେକ୍ଟର ଜମି ଜଳମଗ୍ନ ହୋଇଥିଲା ସମୁଦାୟ ବାଙ୍କୀ ବ୍ଲକ ରେ ୧୦ ହଜାର ୩୪୫ ହେକ୍ଟର ରୁ ୭୫୪ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା ।ସେହିପରି ଡମପଡ଼ା ବ୍ଲକ ଅଧିନରେ ଥିବା ୬ହଜାର ୩୪୦ହେକ୍ଟର ଜମିରେ ଧାନ ଚାଷ

ହୋଇଥିବାବେଳେ ସେଥି ମଧ୍ୟରୁ ୨ହଜାର ୭୨୨ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା । ଅଣଧାନ ୪ହଜାର ୬୬୦ହେକ୍ଟର ଚାଷ ହୋଇଥିବା ବେଳେ ୮୮୫ହେକ୍ଟର ଜଳମଗ୍ନ ହୋଇଥିଲା । ସମୁଦାୟ ୧୧ହଜାର ହେକ୍ଟରରୁ ୩ହଜାର ୬୦୭ହେକ୍ଟର ଜମି ଜଳମଗ୍ନ ହୋଇଥିବା ରାଜସ୍ବ ,କୃଷି ,ଉଦ୍ୟାନ ବିଭାଗ ଆକଳନ କରିଛି । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କ୍ଷୟକ୍ଷତିର ଆକଳନ କରାଯାଇ ତା’ର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ବୋଲି ବାଙ୍କୀ କୃଷିଜିଲ୍ଲା ଅଧିକାରୀ ଶୈଳେନ୍ଦୁ ମହାନ୍ତି ପ୍ରକାଶ କରିଛନ୍ତି । ବାଙ୍କୀ ଓ ଡମପଡ଼ା ବ୍ଲକ ତହସିଲଦାର କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତି କରିଥିଲେ ।

Exit mobile version