୬୦ଲିଟର ଚୋରା ଦେଶୀମଦ ଜବତ ଓ ଜଣେ ଗିରଫ୍

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ବାଙ୍କୀ :-ଆଜି କଟକ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ରଜତ୍ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ ଦଳ ବାଙ୍କୀ ର ବିଭନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜାତମୁଣ୍ଡିଆ ଗୋଲେଇ ଛକଠାରେ ଗୋଟିଏ ହୁଣ୍ଡା ଆକ୍ଟିଭା ସ୍କୁଟିରେ କୁସୁପଙ୍ଗି ଗ୍ରାମର ଗୁଣ୍ଡିଚା ଘଡେଇ (୬୦)ବର୍ଷ ୬୦ଲିଟର ଚୋରାଦେଶୀ ମଦ ଆଣୁଥିବା

ବେଳେ ଅବକାରୀ ଦଳ ଅଟକାଇ ତାଙ୍କୁ ଅଟକାଇ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ ।ଏ ଚଢ଼ଉରେ ଅବକାରୀ ଏ.ଏସ୍ . ଆଇ ଦୀପକ ସାମଲ, କନେଷ୍ଟବଳ ସଂଜୟ ରାଉତ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱନାଥ ସୁରେନ , ବିଶ୍ୱଜିତ ବେହେରା ପ୍ରମୁଖ ସାମିଲ ଥିଲେ । ଆବକାରୀ ବିଭାଗ ଦ୍ୱାରା ଗୁଣ୍ଡିଚା ଙ୍କୁ ଗିରଫ କରି କେସ ନୁମ୍ବର ୬୭ /୨୧ ରେ ମାମଲା ରୁଜୁ କରି ବାଙ୍କୀ କୋର୍ଟକୁ ଚାଲାଣ କରାଯାଇ ସ୍କୁଟି ଟି ଅଟକ ଥିବା ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ।

Exit mobile version