ବରଗଡ଼ ପୋଲିସ ହାଜତରେ ମୃତ ଗୋବିନ୍ଦ କୁମ୍ଭାର ଙ୍କୁ ନିରପେକ୍ଷ ତଦନ୍ତ ଦାବି ରେ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ବରଗଡ଼ :- ବରଗଡ଼ ପୋଲିସ ହାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଅଭାବନୀୟ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି । ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦଙ୍କ ପରିବାରର ଭରଣ ପୋଷଣର ଦାୟିତ୍ବ ଗ୍ରହଣ ଓ ପର୍ଯ୍ୟାପ୍ତ କ୍ଷତିପୁରଣ ଦାବୀକରି ବରଗଡ ଜିଲ୍ଲା ଭାଜପା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା ।

ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଦଳର ଉପସଭାପତି ସୁଶାନ୍ତ ମିଶ୍ର, ଅକ୍ରୁର ମଲ୍ଲିକ, ରବିନାରାୟଣ ଦାଶ,କୁଶ କୁମ୍ଭାର ପ୍ରମୁଖ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ ମୃତ ଗୋବିନ୍ଦ କୁମ୍ଭାର ଙ୍କ ପରିବାର ଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବା ଏବଂ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ଚିଠି ଲେଖିଛନ୍ତି । (ସତ୍ୟ ନାରାୟଣ ପ୍ରଧାନ)

Exit mobile version