ଚିନ୍ତାନାୟକ କିଶନ ପଟ୍ଟନାୟକ ଙ୍କ ଶ୍ରାଦ୍ଧତ୍ସୋବ ପାଳିତ

?????????????????????????????????????????????????????????

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାରବରଗଡ଼ :-  ବରଗଡ ସୌଖୀନ ରଙ୍ଗମଂଚଠାରେ ମହାନ ଚିନ୍ତାନାୟକ ତଥା ରାଜନେତା କିଶନ ପଟ୍ଟନାୟକଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଆଜି ସଂଧ୍ୟା ରେ ପାଳିତ ହୋଇଯାଇଛି । କିଶନ ପଟ୍ଟନାୟକ ସମତା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଉତ୍ପନ୍ନ ଭୋଇ ଙ୍କ ସଭାପତିତ୍ୱ କରିଥିଲେ। ସଭାକୁ ଚାଷୀ ନେତା ଲିଙ୍ଗରାଜ ସଂଯୋଜନା କରିଥିଲେ । ଏ ଅବସରରେ ସାଂପ୍ରତିକ କୃଷକ ଆନ୍ଦୋଳନର ଦିଶା ଏବଂ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ଶୀର୍ଷକ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ସମଦୃଷ୍ଟିର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସୁଧିର ପଟ୍ଟନାୟକ ଯୋଗ ଦେଇସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ଗାଁ ମାଏଟ୍ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସଂଗ୍ରାମୀ ଗୀତ ପରିବେଷଣ କରାଯାଇଥିଲା । ପରେ ଅତିଥି ମାନେ ସ୍ୱର୍ଗତ କିଶନ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରି ଶେଷରେ ନାଟ୍ୟକାର ଅରୁଣ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ, କଟାପାଲି ସ୍ପେସ ଥିଏଟରର କଳାକାରମାନଙ୍କ ଦ୍ୱାର ସମ୍ବଲପୁରୀ ନାଟକ ଅଛେଦିନ୍ ମଚଂସ୍ଥ ହୋଇଥିଲା ।

Exit mobile version