ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସାଇଲଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା, ମହେନ୍ଦ୍ର ତନେୟା ନଦୀ ପାର ବେଳେ ସାଇଲଡା ଗ୍ରାମର ଜି.ରାମୁଲୁ ଭାସିଯାଇ ନିଖୋଜ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାରପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡୀ ଥାନା ଅନ୍ତର୍ଗତ ସାଇଲଡା ଗ୍ରାମର ଜି.ରାମୁଲୁ ଗତ କାଲି ସନ୍ଧ୍ୟାରେ ମହେନ୍ଦ୍ର ତନେୟା ନଦୀ ପାର କରୁଥିବା ବେଳେ ଭାସିଯାଇଥିଲେ ଖବରପାଇ ଗୁରାଣ୍ଡି ପୋଲିସ ଏବଂ ଓଡ୍ରାଫ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି l ବର୍ତ୍ତମାନ ସୁଦ୍ଧା ରାମୁଲଙ୍କ କୌଣସି ପତା ମିଳିନାହିଁ l (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version