କୁଲତା ଯୁବ ଶକ୍ତି ଓଡ଼ିଶା ତରଫରୁ ନିଶାମୁକ୍ତି ଉପରେ ସଚେତନତା

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଦହଲ ଗ୍ରାମ ଠାରେ କୁଲତା ଯୁବ ଶକ୍ତି ଓଡିଶା ତରଫରୁ ନିଶାମୁକ୍ତି ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।କୁଲତା ଯୁବ ଶକ୍ତି ଓଡିଶାର ଏକ ଟିମ କୁଲତା ଯୁବ ଶକ୍ତି ନିଶାମୁକ୍ତି ଅଭିଯାନର ରାଜ୍ୟ ସଂଯୋଜକ ଡୋଲାମଣି ପଧାନଙ୍କ ନେତୃତ୍ବରେ ଦହଲ ଗ୍ରାମକୁ ପହଂଚିବା ପରେ ଦହଲ ଗ୍ରାମ୍ୟ କୁଲତା ସମାଜ ତରଫରୁ ସେମାନଙ୍କୁ ଏକ ଶୋଭାଯାତ୍ରା ସହ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଦହଲ ଗ୍ରାମ୍ୟ କୁଲତା ସମାଜ ସହ ଯୁବ ଶକ୍ତିର ନିଶା ନିବାରଣ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଦହଲ ଗ୍ରାମ୍ୟ କୁଲତା ସମାଜ ତରଫରୁ ଶ୍ରୀ ଜଗଜୀବନ ନାଏକ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ । କାର୍ଯ୍ୟକ୍ରମରେ ଦହଲ ଗ୍ରାମ୍ୟ କୁଲତା ସମାଜର ବରିଷ୍ଠ ବ୍ୟକ୍ତି ଶ୍ରୀ ପଦ୍ମଚରଣ ନାଏକ,ଦେବାନନ୍ଦ ପଧାନ,ଗାୟତ୍ରୀ ନାଏକ,ପୂର୍ଣ୍ଣିମା ନାଏକ, ସୁରେଶ କୁମାର ନାଏକ,ଆଶିଷ କୁମାର ନାଏକ,ଗଙ୍ଗାଧର ନାଏକ ପ୍ରଭୃତି ନିଶା ନିବାରଣ ସହ ବର୍ତ୍ତମାନ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ହେବ ସେ ଉପରେ ନିଜର ମତ ରଖିଥିଲେ ଓ ଯୁବ ଶକ୍ତି ହିଁ ସମାଜର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ସାମଜରେ ପାଶ୍ଚାତ୍ଯ ସଂସ୍କୃତି ଯଥା ରିଙ୍ଗ ସେରିମନିର ଅନୁପ୍ରବେଶକୁ ରୋକିପାରିବ ବୋଲି ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ, ସଂଗଠନ ସଂପାଦକ ଜୟନ୍ତ କୁମାର ପଧାନ, ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରଭୃତି ସମାଜକୁ କି ଭଳି ଭାବରେ ନିଶାମୁକ୍ତ କରିହେବ ଓ ସ୍ବଚ୍ଛଗ୍ରାମ ସ୍ବଚ୍ଛ ସମାଜ ଗଠନ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଠାକୁର ବିବେକାନନ୍ଦ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version