ଇମ୍ପିରିୟଲ କଲେଜରେ ସୁପର ସ୍କୋଲାର ୪.୦ ; ସମ୍ବର୍ଦ୍ଧିତ ହେଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ବରଗଡ଼ :- ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜରେ ସୁପର ସ୍କୋଲାର ୪.୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ଓଡିଶା ଏବଂ କେନ୍ଦ୍ରିୟ ବୋର୍ଡର ଯୁକ୍ତ ଦୁଇ କଳା, ବିଜ୍ଞାନ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇମ୍ପରିୟଲ କଲେଜର ଛାତ୍ରୀ ଇଚ୍ଛା ଅଗ୍ରୱାଲ , ଦୀପ୍ତିରେଖା ସାହୁ , ନୈନା ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ମନସ୍ୱିନୀ ମିଶ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ଯୁକ୍ତି ଅରୋରା ଓ ଆୟୁଷ ମଜୁମଜାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ କଲେଜର ଚେୟାରମେନ ଦୀପକ ଗୋୟଲ ଉଦବୋଧନ ଦେଇଥିଲେ ।

ପରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଏହାକୁ ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ସଂଯୋଜନା କରିଥିଲେ । ଏ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ଅରୁଣ ମହାନ୍ତି , ସଂପାଦକ ମନୋରଜଂନ ସାହୁ , ମହିଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁନିଲ ଦେବତା, ପ୍ରଧ୍ୟାପକ ସନ୍ତୋଷ ପଣ୍ଡା, କଟାପାଲି କଲେଜର ଅଧ୍ୟକ୍ଷ ଶଶୀଭୂଷଣ ବିଶ୍ୱାଲ, ଜିଲ୍ଳା ଶିକ୍ଷା ବିଭାଗର ମନୋଜ କୁମାର ସାହୁ ଓ ବି. ସି ନାୟକ , ଅଧ୍ୟାପକ ଜୟନ୍ତ କୁମାର ସାହୁ, ସଂସ୍କାର ଇଣ୍ଟରନେସନାଲ ସ୍କୁଲର ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ, କୋଭିଡ ଯୋଦ୍ଧା ପୁଷ୍ପାଜଂଳୀ ଷଡଙ୍ଗୀ, ସାମ୍ବାଦିକ ବଦ୍ରି ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ ।

ପଦ୍ମପୁରର ବରିଷ୍ଠ ଆଇନଜିବୀ ଗୌନ୍ତିଆ ସାହୁ ମଧ୍ୟ ଉଦବୋଧନ ଦେଇଥିଲେ । ହରିପ୍ରିୟା ସାହୁ, ଦୁର୍ଗେଶ ଶତପଥୀ, ଶୁଭଶ୍ରୀ ଷଡଙ୍ଗୀ, ଗାୟତ୍ରୀ ଭୋଇ, ବସୁନ୍ଧରା ଦୀପ, ସାହିଲ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version