ହିଞ୍ଜିଳିକାଟୁ, ଶେଷଦେବ ସାହୁ , ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ ,୨୩ ଏପ୍ରିଲ, ଗୁରୁବାର : – ହିଞ୍ଜିଳି ଥାନା ଵୁରୁପୋଡା ଗ୍ରାମର ଜଣେ ବୃଦ୍ଧ ଗୁରୁବାର ସକାଳେ ଘର ବାରଣ୍ଡା କାଠ ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ରାଧାକୃଷ୍ଣ ପଣ୍ଡା (୭୮) । ଗୁରୁବାର ସକାଳ ପ୍ରାୟ ସାଢେ଼ ସାତଟାରେ ବୃଦ୍ଧ ଘରୁ ବାହାରକୁ ଆସି ହଠାତ୍ ଘର ବାରଣ୍ଡାରେ ଲାଗିଥିବା ଏକ କାଠ ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସାହି ପଡୋଶୀ ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୮/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ଜଣକ ଆତ୍ମହତ୍ୟା କରିଥିବା ନେଇ ପୁଲିସ ଅନୁମାନ କରୁଛି । ମୃତ ବୃଦ୍ଧଙ୍କ ୩ଟି ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ପୁଅ ଦୁବାଇ ସହରରେ ଥିବା ଜଣାପଡିଛି ।
ବୃଦ୍ଧଙ୍କ ଆତ୍ମହତ୍ୟା – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ
by
Proprietor Abhimanyu Maharana
May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା
by
Proprietor Abhimanyu Maharana
May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ
by
Proprietor Abhimanyu Maharana
May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା
by
Proprietor Abhimanyu Maharana
May 1, 2026
ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ
by
Proprietor Abhimanyu Maharana
May 1, 2026
Odisha Society of UK Celebrates Seventh Utkal Dibas
by
Proprietor Abhimanyu Maharana
May 1, 2026