ଆଦର୍ଶ ସ୍ନାତକ ମହାବିଦ୍ୟାଳୟଠାରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଦାୟକାଳୀନ ୩ୟ ବର୍ଷ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା – ବୃକ୍ଷ ରୋପଣ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ନୟାଗଡ଼ :- ଲାଥିପଡ଼ା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟଠାରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଦାୟକାଳୀନ ୩ୟ ବର୍ଷ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ବିଭାଗିୟ ମୁଖ୍ୟ ଶ୍ରୀମତୀ ଚିନ୍ମୟୀ ସାହୁ ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ଅତି ଆଗ୍ରହ ଓ ଉଦ୍ଦୀପନା ର ସହିତ ଏହି କାର୍ଯ୍ୟକ୍ରମ କୁ ସାକାର କରିଥିଲେ ।

ଏଥିରେ ଅଧ୍ୟାପିକା କାଜଲ ରଶ୍ମୀ ସାହୁ ଓ ସାବିତ୍ରୀ ରଥ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ଛାତ୍ରୀ ମାନେ କଲେଜ botanical garden କୁ କିଛି ଅମୂଲ୍ୟ ଗଛ ମଧ୍ୟ ଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଏହି ଉଦ୍ୟମ କୁ ସ୍ଥାନୀୟ ଅଞ୍ଚଳରେ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version