ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ସି.ସି.ଡ଼ି ମାଧ୍ୟମରେ ବେଙ୍ଗାଲୁରୁ ସ୍ଥିତ ୟୁନାଇଟେଡ଼ ୱେ କିପ୍ଟ ସଂସ୍ଥା ଦ୍ୱାରା ୧୬ଟି ଅକ୍ସିଜେନ୍ କନ୍ସିଟ୍ରେଟର ଜିଲ୍ଲା – ପ୍ରଶାସନ କୁ ପ୍ରଦାନ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ଵେଚ୍ଛାସେବି ସଂଗଠନ ସି ସି ଡ଼ି ମାଧ୍ୟମରେ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ଠାରେ ଥିବା ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୧୬ଟି ଅକ୍ସିଜେନ କନ୍ସି ଟ୍ରେଟର ଆଜି ଗଜପତି ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରଯାଇଛି l

ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ସି ସି ଡ଼ି ସ୍ୱେଚ୍ଛାସେବୀ ସଙ୍ଗଠନର ମୁଖ୍ୟ ଏ. ଜଗନ୍ନାଥ୍ ରାଜୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ:ପ୍ରଦୀପ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ l ଏହାଦ୍ବାରା ଗଜପତି ବାସି ଚିକିତ୍ସା ଦିଗରେ ଉପକୃତ ହେବେ ବୋଲି ଶ୍ରୀ ରାଜୁ କହିଛନ୍ତି l (ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version