ଗଜପତିଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ : ଘୋଡ଼ାଶାଳ ଘାଟିରେ ମ୍ୟାକ୍ସ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାଶାଳ ଘାଟିରେ ଏକ ମ୍ୟାକ୍ସ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି ତେବେ ଏହାର ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲା ଡ଼େଙ୍ଗାଉସ୍ତା ଅଞ୍ଚଳର OD 33 AC 1083 ନଂ ଥିବା ଏହି ମାଲ୍ ବୋଝେଇ ଭ୍ୟାନ୍ ଟି ପରିମଳ ଅଞ୍ଚଳକୁ ଦୋକାନୀ ମାନଙ୍କୁ ବିଭିନ୍ନ ସାମଗ୍ରୀ ଦେବାକୁ ଯାଉଥିଲା ।

ହେଲେ ଆର୍. ଉଦୟଗିରି ପରେ ପରେ ପଡୁଥିବା ଘୋଡ଼ାଶାଳ ଘାଟି ଏବଂ କନକ ଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ହରାଇ ଏକ ବୁଲାଣି ମଝିରେ ଓଲଟି ପଡିଥିଲା ଦୁର୍ଘଟଣା ଫଳରେ ଗାଡ଼ିରେ ଥିବା ସମସ୍ତ ରାସନ ସାମଗ୍ରୀ ନଷ୍ଟ ହେବା ସହ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ତେବେ ସେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ପରିମଳ ଝାଲରସିଂ ରାସ୍ତା ଘାଟି ଏବଂ

ଅଙ୍କା ବଙ୍କା ରାସ୍ତାରେ ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଉଛି । ତେଣୁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାର ଘାଟି ଏବଂ ବୁଲାଣୀର ପ୍ରସ୍ତସ୍ତିକରଣ କରିବା ବ୍ୟବସ୍ଥା କରିବାକୁ ଏଅଞ୍ଚଳର ଜନ ସାଧାରଣଙ୍କ ମଧ୍ୟରେ ଦାବି ହେଉଛି । (ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version