ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ଶୋକସଭା

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର ) ଖୋର୍ଦ୍ଧା-ଜଟଣୀ :- ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ’ଦୁଃଖଦ’ ବିୟୋଗରେ ସାରା ରାଜ୍ୟ ଆଜି ସ୍ତବ୍ଧ, ଗୋଟିଏ ହାତୀର ପ୍ରାଣ ବଞ୍ଚେଇବାର ଦୃଶ୍ୟକୁ ଲାଇଭ କଭରେଜ କରିବାକୁ ଯାଇ ଆଜି ସେ ନିଜର ପ୍ରାଣ ବଳି ଦେଇଛନ୍ତି, ସେ ଜଣେ ନିର୍ଭିକ, ଦୁଃସାହସିକ ଓ ସାମ୍ବାଦିକତା ଆଗରେ ନିଜର ଜୀବନ ତୁଛବୋଲି ପ୍ରମାଣ କରିଛନ୍ତି, ଏହି ମର୍ମରେ ଉତ୍ତରାୟଣୀ ଥିଏଟର କ୍ଲବ, ଜଟଣୀ ତରଫରୁ,

ମା ଉତ୍ତରାୟଣୀ ମନ୍ଦିରରେ ଏକତ୍ରିତ ହୋଇ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ନିରବ ପ୍ରାର୍ଥନା ମଧ୍ୟ କରିଥିଲେ, ନାଟ୍ୟକାର/ନିର୍ଦ୍ଧେଶକ ବିପ୍ଳବ ଶତପଥି, ଉମାକାନ୍ତ ମୁଦୁଲି, ପଞ୍ଚାନନ ମହାପାତ୍ର, ନିରଞ୍ଜନ ବେହେରା, ସାଇପ୍ରସାଦ, ବିରସ୍ବଧୀନ, ତାପସ,ରଂଜିତ, ତ୍ରିଲୋକ, ମିତାଲି, ରୋଜାଲିନ ସମେତ ଅନେକ କଳାକାର ମାନେ ଉପସ୍ଥିତ ଥିଲେ। (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ)

Exit mobile version