ନୟାଗଡ଼ ଜିଲ୍ଲା ପରାମର୍ଶଦାତା କମିଟି ତରଫରୁ ଯୁବା କାର୍ଯ୍ୟକ୍ରମ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ନୟାଗଡ଼ :- ଜିଲ୍ଲା ପରାମର୍ଶଦାତା କମିଟି ତରଫରୁ ଯୁବା କାର୍ଯ୍ୟକ୍ରମ ଉପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହ ପରିସରରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଯୁବ କାର୍ଯ୍ୟକ୍ରମ ୨୦୨୧ – ୨୨ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ନେହେରୁ ଯୁବା କେନ୍ଦ୍ର କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ତାଲିମ ଯୁବକଙ୍କୁ ପ୍ରଦାନ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବା ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା ଓ ଦୀପକ କୁମାର କ୍ଳବ ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ନୟାଗଡ଼ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ପ୍ରତିନିଧି ଭାବେ ଆଶୁତୋଷ ଦାସ ଯୋଗ ଦେଇ ଯୁବକ ମାନେ ତୃଣମୂଳ ସ୍ଥରରେ ସମାଜସେବା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version