ଉତ୍କଳୀୟ ଚାରିକ୍ଷେତ୍ର  

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ଭୁବନେଶ୍ୱର :- ଭଗବାନ ବିଷ୍ଣୁ ଗୟାସୁର କୁ ନିଗ୍ରହ କରିବା ପରେ ତାର ସୁବିଶାଳ ଶରୀର ର ନାଭି ଅଂଶ ଯାଜପୁର ନାଭି ଗୟା କ୍ଷେତ୍ରରେ ପଡିଥିଲା l ସେହିପରି ଭଗବାନ ବିଷ୍ଣୁ ତାଙ୍କର ଚାରି ବୈଷ୍ଣବ ଆୟୁଧ ଶଙ୍ଖ ଚକ୍ର ଗଦା ପଦ୍ମ ଚାରି କ୍ଷେତ୍ରରେ ସ୍ଥାପନ କରିଥିଲେ l

(1) ଶଙ୍ଖ କ୍ଷେତ୍ର ପୁରୀ
(2) ଚକ୍ର କ୍ଷେତ୍ର ଭୁବନେଶ୍ୱର
(3) ଗଦା କ୍ଷେତ୍ର ଯାଜପୁର
(4) ପଦ୍ମ କ୍ଷେତ୍ର କୋଣାର୍କ

ତଦନୁସାରେ ପ୍ରସିଦ୍ଧି ଲାଭ କଲା l ଉପରେ ଦିଆଯାଇଥିବା କ୍ଷେତ୍ର ଗୁଡିକର ଆକୃତି ମଧ୍ୟ ଠିକ ସେହିପରି l ଏହି ସମସ୍ତ ଧାମ ଚିନ୍ମୟ ଧାମ ଏବଂ ଅଭୀଷ୍ଟ ପ୍ରଦାନ କରି ଭକ୍ତ ମାନଙ୍କୁ ଚତୁର୍ଵର୍ଗ ଫଳ ପ୍ରଦାନ କରିଥାନ୍ତି l

ଜୟ ଶଙ୍ଖ କ୍ଷେତ୍ରlଧିପତି ଶ୍ରୀ ଜଗନ୍ନାଥ  l
ଜୟ ଚକ୍ର କ୍ଷେତ୍ରlଧିପତି ଶ୍ରୀ ଲିଙ୍ଗରାଜ  l
ଜୟ ଗଦା କ୍ଷେତ୍ରlଧିପ ମା ବିରଜା  l
ଜୟ ପଦ୍ମ କ୍ଷେତ୍ରlଧିପତି ଶ୍ରୀ ସୂର୍ଯ୍ୟ ନାରାୟଣ  l
ଓଁ ନମୋ ଭଗବତେ ବାସୁଦେବାୟ  l

Exit mobile version