ରଗ୍‌ବୀ ଚମ୍ପିଅନ୍‌ସିପ୍‌ ୨୦୨୧ରେ ରୌପ୍ୟ ପଦକ ହାସଲ କରିଥିବା :୧୮ ବର୍ଷରୁ କମ୍‌ ବାଳିକା ମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାରଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭାରତୀୟ ୧୮ ବର୍ଷରୁ କମ୍‌ ବାଳିକା ରଗ୍‌ବୀ ଦଳର ସଦସ୍ୟମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଏବଂ ଉଜ୍‌ବେକିସ୍ଥାନର ତାସ୍‌କେଣ୍ଟଠାରେ ଆୟୋଜିତ ୧୮ ବର୍ଷରୁ କମ୍‌ ଏସୀୟ ବାଳିକା ରଗ୍‌ବୀ ଚମ୍ପିଅନ୍‌ସିପ୍‌ ୨୦୨୧ରେ ରୌପ୍ୟ ପଦକ ହାସଲ କରିଥିବାରୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ ସହ ସମ୍ମାନିତ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳକୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ଏହି ସଫଳତା ପାଇଁ ଗୌରବାନ୍ୱିତ ଏବଂ ଖେଳାଳୀମାନେ ସେମାନଙ୍କର ଧୈର୍ଯ୍ୟ, ଗତି, କୌଶଳ ଏବଂ ଦୃଢ଼ସଂକଳ୍ପ ପ୍ରଦର୍ଶନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଦଳ ଆଗାମୀ ବର୍ଷମାନଙ୍କ ନିମନ୍ତେ ଏକ ନୂତନ ଯାତ୍ରା ଆରମ୍ଭ କରିବ ଏବଂ ଇତିହାସ ରଚନା କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ଜ୍ଞାପନ କରିଛନ୍ତି । ଦଳର ସଦସ୍ୟାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି, ବିଶେଷ କରି ରଗ୍‌ବୀ ପ୍ରତି ତାଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏହି ଅବସରରେ ଉପସ୍ଥିତ ଥିଲେ ।

Exit mobile version