ବଲାଙ୍ଗିର ପୌରାଞ୍ଚଳରେ ସ୍ମାର୍ଟ ହେଲଥ୍‌ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଶ୍ରୀ ଆରୁଖ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାରଭୁବନେଶ୍ୱର :- ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବଲାଙ୍ଗିର ପୌରାଞ୍ଚଳରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଛନ୍ତି । ଏହି ସ୍ମାର୍ଟ କାର୍ଡ ବିତରଣ ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ବଲାଙ୍ଗିର ମୁନିସିପାଲିଟିର ୧୬ ହଜାର ୩୧୭ ପରିବାରଙ୍କ ସମେତ ସମଗ୍ର ବଲାଙ୍ଗିର ଜିଲ୍ଲାରେ ୪ ଲକ୍ଷ ୫୧ ହଜାର ପରିବାର ଏହି କାର୍ଡ ଦ୍ୱାରା ଉପକୃତ ହେବେ । ବଲାଙ୍ଗିର ଜିଲ୍ଲାର ଉନ୍ନତି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଧିକ ଧ୍ୟାନ ରହିଛି ା

ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ତୃତୀୟ ଅଞ୍ଚଳ ଭାବେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଏଠାରେ ଆରମ୍ଭ କରିଛନ୍ତି । ମୁନିିସିପାଲିଟି ଅଞ୍ଚଳର ୧୨ଟି ୱାର୍ଡର ବିଭିନ୍ନ କେନ୍ଦ୍ରରେ ମନ୍ତ୍ରୀ ଶ୍ରୀ ଆରୁଖ କାର୍ଡ ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କାର୍ଡ ମାଧ୍ୟମରେ ପରିବାରର ମହିଳା ସଦସ୍ୟାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବା ସହିତ ପୁରୁଷମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ।

ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ଏହାର ବଣ୍ଟନ କାର୍ଯ୍ୟ ଜାରି ରହିଛି ।

Exit mobile version