ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ବିହାରି ଶ୍ରମିକ,୨୩ ଏପ୍ରିଲ, ଗୁରୁବାର : – ଲକ୍ ଡ଼ାଉନ୍ ନେଇ ମାସେ ପୁରିଲା । ଏବେ ଯାଏଁ ଅନେକ ବାହାର ରାଜ୍ୟ ଶ୍ରମିକ ରାଜଧାନୀର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଯେଉଁମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ରାଜଧାନୀରେ ଏହାର ଦାୟୀତ୍ଵ ନେଇଛନ୍ତି ବିଏମ୍ସି କତୃପକ୍ଷ । ମାତ୍ର ଶ୍ରମିକମାନଙ୍କ ନିକଟରେ ଏଯାବତ ପହଞ୍ଚି ପାରିନାହିଁ ଖାଦ୍ୟ ପଦାର୍ଥ । ଫଳରେ ଶ୍ରମିକମାନଙ୍କ ଠିକାଦାର ହାତଛାଡ଼ି ଫେରାର୍ ହୋଇଯାଇଥିବା ବେଳେ ଶ୍ରମିକମାନେ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି । ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଧାର କରି ରୋଷେଇ ସାମଗ୍ରୀ ଆଣି କିଛି ଦିନ ଚଳିବା ପରେ ଏବେ ଆଉ ବାକିରେ ସାମ୍ରଗୀ ମିଳିବା ବନ୍ଦ ହୋଇଯାଇଛି । ଏପରି ପରିସ୍ଥିତିରେ ମଞ୍ଚେଶ୍ୱର ଷ୍ଟେସନ୍ ନିକଟରେ ଫସି ରହିଛନ୍ତି ବିହାରରୁ ଆସିଥିବା ୨୨ଜଣ ଶ୍ରମିକ । ଯେଉଁମାନେ ୱାର୍ଡ଼ ୯ର ପୂର୍ବତନ କର୍ପୋରେଟର୍ ସୂର୍ଯ୍ୟକାନ୍ତି ଜେନା ଓ ତାଙ୍କ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ନିରାସ ହୋଇଛନ୍ତି । ଶେଷରେ ସେମାନଙ୍କୁ ବିଏମ୍ସି ସହାୟତା ପୂର୍ବକ ଖାଦ୍ୟ ଯୋଗଇବ ବୋଲି କହି ମୁହଁ ମୋଡ଼ି ଦେବା ପରେ ଆଜି କିଛି ସାମ୍ବାଦିକମାନେ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ୨୨ଜଣ ଶ୍ରମିକଙ୍କୁ ସରକାରୀ ସହାୟତା ମିଳିନଥିବା ବେଳେ ସାମ୍ବାଦିକମାନେ ନିଜ ହାତ ଖର୍ଚ୍ଚରୁ ଶ୍ରମିକମାନେ ବେସ୍ କିଛିଦିନ ଚଳିବା ଭଳି ତେଜରାତି ସାମ୍ରଗୀ ଓ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦେଇଛନ୍ତି । ଶ୍ରମିକମାନେ ସାମ୍ବାଦିକଙ୍କୁ ନିଜ ଅସୁବିଧା ନେଇ ଅଭିଯୋଗ ଜଣାଇଥିବା ବେଳେ ପ୍ରଥମେ ସେମାନଙ୍କ ଭୋକିଲା ପେଟକୁ ଖାଦ୍ୟ ପହଞ୍ଚାଇବା ପାଇଁ ମନ ବଳାଇଥିଲେ । ଯାହା ନେଇ ସାମ୍ବାଦିକ ସୌଭାଗ୍ୟା ପରିଡ଼ା ଓ ବିଦ୍ୟାଧର ବାରିକଙ୍କ ସହ ସହଯୋଗୀ ମାନସୀ ଶତପଥୀ, ନଳିନୀକାନ୍ତ ମହାନ୍ତି ଓ ଅସୁପ୍ରିତ ମହାନ୍ତି ଆଜି ସଂଧ୍ୟାରେ ବିହାରି ଶ୍ରମିକ ମୁଖିଆ ରମେଶ ସର୍ଦାର ଓ ରାଧେଶ୍ୟାମ ସର୍ଦାରଙ୍କୁ ଯୋଗାଯୋଗ କରି ମଞ୍ଚେଶ୍ୱର ଷ୍ଟେସନ୍ ବଜାରରେ ପହଞ୍ଚି ସହାୟତାର ହାତ ବଢ଼ାଇ ଥିଲେ ।
ବିହାରି ଶ୍ରମିକଙ୍କ,କଥା ବିଏମ୍ସି ଶୁଣିଲାନି ଶେଷରେ ସାମ୍ବାଦିକ ମାନେ ସହାୟତାର ହାତ ବଢ଼ାଇଲେ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE
by
Proprietor Abhimanyu Maharana
September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026