ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ବରଗଡ :- ବିଶ୍ୱ ର ଏକ ନମ୍ବର ପାରା ବ୍ୟାଟମିଣ୍ଟନ ଖେଳାଳି ତଥା ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ ସ୍ବେଛାସେବୀ ସଙ୍ଗଠନ ସଂକଳ୍ପ ପରିବାର, ବରଗଡ଼ ପକ୍ଷରୁ ଆଜି ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ଶିବିରର ରକ୍ତଦାତା ମାନେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଉତ୍ସର୍ଗୀକୃତ କରିଥଲେ ।
ମୁଖ୍ୟ ଅତିଥି ପ୍ରମୋଦ ଭଗତ ପ୍ରଥମେ ଫିତାକାଟି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ରକ୍ତର ଅଭାବକୁ ଦୂର କରିବା ପାଇଁ ରକ୍ତଦାନ ଶିବିର ମାଧ୍ୟମରେ ଯୁବପିଢ଼ି ଆଗକୁ ଆସିବା ପାଇଁ ସେ ଉପସ୍ଥିତ ସ୍ବେଚ୍ଛାସେବୀ ଙ୍କୁ ଆହ୍ୱାନ କରିଥିଲେ । ସ୍ୱାସ୍ଥ୍ୟ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ପ୍ରଶଂସା କରିଥିଲେ । ସାମ୍ବାଦିକ ବିରେନ୍ଦ୍ର ପଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ଅନ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଯୋଗଦେଇ ସଂକଳ୍ପ ପରିବାର ସହ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଲ୍ଲେଖନୀୟ ଯେ,ଆଜିର ଏହି ରକ୍ତଦାନ ଶିବିରରେ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବରଗଡ଼ ଟାଉନ ଥାନାର ଯୁବ ଏସ୍ଆଇ ସମ୍ୟକାନ୍ତ ବଳିଆର ସିଂ ଏବଂ ହୋମଗାର୍ଡ ଦୀପକ ସେଠ ରକ୍ତଦାନ କରିଥିଲେ ।
୪ ଜଣ ମହିଳାଙ୍କ ସମେତ ୫ ଜଣ ସାମ୍ବାଦିକ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରକୁ ସଂକଳ୍ପ ପରିବାରର ସଭାପତି ରୋହିତ ଜଶ୍ୱାଳ ଓ ବିକାଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)
